ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ବିଭିନ୍ନ ବେଶକୁ ନେଇ ଅନୁଷ୍ଠିତ ହେଉଥିବା ପ୍ରଦର୍ଶନୀ ହଠାତ ବନ୍ଦ

20

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ସରକାର ବଦଳିବା ପରେ ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ବିଭିନ୍ନ ବେଶକୁ ନେଇ ଅନୁଷ୍ଠିତ ହେଉଥିବା ପ୍ରଦର୍ଶନୀକୁ ହଠାତ୍ ବନ୍ଦ କରିଦିଆଯାଇଛି। ପୁରୀରେ ପୁଣି ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଗନ୍ନାଥ୍ ବଲ୍ଲଭ ପାର୍କିଂରେ ଚାଳିଥିବା ମହାପ୍ରଭୁ ଙ୍କ ବିଭିନ୍ନ ବେଶ୍ ପ୍ରଦର୍ଶନୀ କାର୍ଯ୍ୟକ୍ରମକୁ ବନ୍ଦ କରିଦିଆଯାଇଛି। ଯାହାକୁ ନେଇ ଜଗନ୍ନାଥ ପ୍ରେମୀ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ସରକାର୍ ବଦଳିବା ପରେ ମହାପ୍ରଭୁଙ୍କ ପ୍ରଦର୍ଶନୀ ବନ୍ଦକୁ ନେଇ ଭକ୍ତ କ୍ଷୋଭ ପ୍ରକାଶ କରିଚନ୍ତି। ତୁରନ୍ତ ପୂର୍ବଭଳି ମହାପ୍ରଭୁଙ୍କ ବେଶ ପ୍ରଦର୍ଶନୀକୁ ଭକ୍ତଙ୍କ ପାଇଁ ଜାରି ରଖିବାକୁ ଭକ୍ତ ଦାବୀ କରିଚନ୍ତି। ଗତ ଜାନୁଆରୀ 17 ତାରିଖ ରେ ଶ୍ରୀ ମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ। ଶ୍ରୀ ମନ୍ଦିର ପରିକ୍ରମା ମାର୍ଗ ଉଦଘାଟନ କୁ ନେଇ ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଦେଶ ବିଦେଶରୁ ଆସୁଥିବା ଭକ୍ତଙ୍କୁ ଆକୃଷ୍ଟ କରିବା, ଜଗନ୍ନାଥ୍ ସଂସ୍କୃତି ବିଷୟ ରେ ଜଣେଇବା ପାଇଁ ଶ୍ରୀ ଜଗନ୍ନାଥ ବଲ୍ଲଭ ପରିସରରେ ଏକ ପ୍ରଦର୍ଶନୀ ଆୟୋଜନ ହୋଇଥଲା।ମହାପ୍ରଭୁ ବିଭିନ୍ନ ବେଶ୍, ମହାପ୍ରଭୁଙ୍କ ନିତି କାନ୍ତିର ସୁଚନା ସହ ତିନି ରଥର ପ୍ରତିକୃତି ସହିତ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିକୃତିକୁ ମଧ୍ୟ ପ୍ରଦର୍ଶନୀରେ ସ୍ଥାନ ଦିଆଯାଇଥିଲା। ଏହାକୁ ଦେଖି ଭକ୍ତ ବେଶ୍ ଆନନ୍ଦିତ ହେଉଥିଲେ। ତେବେ ସରକାର ବଦଳିବା ପରେ ମହାପ୍ରଭଙ୍କ ବେଶ ପ୍ରଦର୍ଶନୀକୁ ବନ୍ଦ କରିଦିଆଯିବାକୁ ଭକ୍ତ ଓ ସେବାୟତ କଡ଼ା ସମାଲୋଚନା କରିଛନ୍ତି। ସେପଟେ ଏହି ଘଟଣା ଗଣମାଧ୍ୟମରେ ଖବର ପ୍ରସାରଣ ପରେ ତତ୍ପର ହୋଇଚି ପୁରୀ ଜିଲ୍ଲା ପ୍ରଶାସନ। ପୁରୀ ଜିଲାପାଳ ଏଥିରେ ହସ୍ତକ୍ଷେପ କରିଛନ୍ତି। ପ୍ରଦର୍ଶନି ଆୟୋଜନ ଦିଆଯାଇଥିବା ସଂସ୍ଥାକୁ ପୁଣି ପ୍ରଦର୍ଶନୀ ଚାଲୁ ରଖିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ତେବେ ପୂର୍ବରୁ ମଧ୍ୟ ଶ୍ରୀ ମନ୍ଦିର ଚାରିପାଖରେ ଶ୍ରୀ ମନ୍ଦିର ଉପରକୁ ଆଲୋକ ପକାଇବା ପାଇଁ ଲାଗିଥିବା ଲାଇଟ୍ ଗୁଡିକ ମଧ୍ୟ ହଠାତ୍ ଖୋଲି ଦିଆଯାଇଥିଲା। ଫଳରେ ଶ୍ରୀ ମନ୍ଦିର ଅନ୍ଧକାରରେ ରହିଥିଲା। ଯାହାକୁ ଭକ୍ତ ମହଲରେ କଡା ପ୍ରତିକ୍ରିୟା ପରେ ପୁନର୍ବାର ଲାଇଟ୍ ବ୍ୟବସ୍ଥା ହୋଇଥିଲା। ତେବେ ସରକାର ବଦଳିବା ପରେ ଏହି କାର୍ଯ୍ୟ କିଏ କରିଚି, କଣ କାହାର ଉଦ୍ଦେଶ୍ୟ ରହିଚି ସେ ନେଇ ଚର୍ଚ୍ଚା ଜୋର ଧରିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More