ମହାପ୍ରଭୁଙ୍କ ସ୍ନାନ ଯାତ୍ରା ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ

28

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲାଇଟ୍ ପ୍ରତ୍ୟାହାର ଘଟଣା ଓ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ l ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପରିସରରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା l ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସମେତ, ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ପୁରୀ ଜିଲ୍ଲାପାଳ, ଏସପି ଓ ଅନ୍ୟ ସେବାୟତ ପ୍ରତିନିଧି ଉପସ୍ଥିତ ରହି ଆଗାମୀ ସ୍ନାନ ଯାତ୍ରା କିପରି ଶାନ୍ତିଶୃଙ୍ଖଳା ସହ ଅନୁଷ୍ଠିତ ହେବ ଓ ଶ୍ରୀ ମନ୍ଦିର ଆଲୋକିକରଣ ଉପରେ ବିଶେଷ ଆଲୋଚନା କରିଥିଲେ l ଏହି ବୈଠକ ପରେ ଶ୍ରୀ ମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି ଆଶିଷ ଲାଭ କରିଥିଲେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା l ଅନ୍ୟପଟେ ଶ୍ରୀ ମନ୍ଦିର ଆଲୋକିକରଣ ଘଟଣାକୁ ନେଇ ଶ୍ରୀମନ୍ଦିରକୁ ଆଲୋକୀକରଣ କରି ସୌନ୍ଦର୍ଯ୍ୟ ବୃଦ୍ଧି କରୁଥିବା ଫୋକସ ଲାଇଟ କୁ ଗତ ଦୁଇ ଦିନ ତଳେ ଇଭେଣ୍ଟ କମ୍ପାନୀ ଖୋଲି ନେଇଥିଲା। ଯାହା ଫଳରେ ବଡଦେଉଳକୁ ପୂର୍ବ ଭଳି ଆଲୋକିତ ସୌନ୍ଦର୍ଯ୍ୟ ମଧ୍ୟରେ ଭକ୍ତ ନ ଦେଖି ଅନ୍ଧକାର ରେ ଦେଖୁଥିଲେ।ଯାହା ଦ୍ୱାରା ଦୂରରୁ ବଡଦେଉଳ ସଠିକ ଭାବରେ ଦୃଶ୍ୟମାନ ହେଉନଥିଲା।ଏପରି ଘଟଣାକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଥିବା ବେଳେ ଶ୍ରୀମନ୍ଦିର ର ସୌନ୍ଦର୍ଯ୍ୟ କରଣ ନେଇ ହୋଇଥିବା ଆଲୋକୀକରଣକୁ କାହିଁକି କଢ଼ାଗଲା ସେ ନେଇ ଅନୁସନ୍ଧାନ କରିବାକୁ ପୁରୀ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଥିଲେ ମୁଖ୍ୟ ଶାସନ ସଚିବ ପ୍ରଦୀପ l ଅନ୍ୟପଟେ ଶ୍ରୀମନ୍ଦିରରୁ ଲାଇଟକୁ କାଢ଼ିଥିବା ବ୍ୟକ୍ତି ବିଶେଷଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ପୁରୀ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି।ନିର୍ଦ୍ଧେଶ ମିଳିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଲାଇଟ ଲଗାଇବା ନେଇ ବ୍ୟବସ୍ଥା କରାଯାଇଥିଲା । ସେହିପରି ଇଭେଣ୍ଟ କମ୍ପାନୀର ୪ଜଣଙ୍କୁ ଏ ନେଇ ଅଟକ ରଖାଯାଇଥିବା ବେଳେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଆସ୍ଥା ସହ ଜଡିତ ଥିବାରୁ ଆଗାମୀ ଦିନରେ ସ୍ଥାୟୀ ଭାବେ ଆଲୋକୀକରଣ କିପରି କରାଯିବ ସେଦିଗରେ ବ୍ୟବସ୍ଥା କରାଯିବ ବୋଲି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସୂଚନା ପ୍ରଦାନ କରିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More