ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି

38

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ଗତକାଲି ତିନି ରଥର ସମସ୍ତ ଅଖରେ ଚକ ସଂଯୋଗ ସହ ତିନି ରଥର ଚଉପଟ ଚାରି ନାହାକା ଗୁଡ଼ିକର ଆଠ କୋଣୀ ଆଁସ ମରା କାର୍ଯ୍ୟ ହୋଇଥଲା।ତିନି ରଥ ଚାରି ନାହାକା ଗୁଡ଼ିକର ଅଗ ଏବଂ ମୂଳ ସାଲ କାର୍ଯ୍ୟ ଶେଷ ହୋଇଚି।ତାଳଧ୍ଵଜ,ଦର୍ପଦଳନ ଏବଂ ନନ୍ଦିଘୋଷ ରଥର ଆଗ ଆଣି ଏବଂ ପଛ ଆଣି ଢ଼ମକ ର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି।ତିନି ରଥର ଦୁଇଗୋଟି ଲେଖାଏଁ ଧୂଳି ଦଣ୍ଡାର ନିର୍ମାଣ କାର୍ଯ୍ୟ ଶେଷ ହୋଇଚିତିନି ରଥ ପାଇଁ ତିନି ଗୋଟି ୨୦ ଫୁଟିଆ ‘ଚାର ପରିଛା’ ର ଚଉପଟ କାର୍ଯ୍ୟ ଶେଷହୋଇଚିନନ୍ଦିଘୋଷ ରଥର ଦୁଇଗୋଟି ପୋଲ ଗୟଳ ର ଚଉପଟ କାର୍ଯ୍ୟ ଜାରୀ ରହିଛି।ଏତଦ୍ ବ୍ୟତୀତ ମହାପ୍ରଭୁଙ୍କ ଅନବସର ଗ୍ରୁହ ପ୍ରସ୍ତୁତ ପାଇଁ ତାଳଧ୍ଵଜ ରଥର ମୁଖ୍ୟ ମହାରଣାଙ୍କ ତତ୍ତ୍ୱାବଧାନରେ ତିନି ଗୋଟି ୨୦ ଫୁଟିଆ ଅଣସର ଗୟଳ ଚଉପଟ କାର୍ଯ୍ୟ ଜାରୀରହିଛି । ତାଳଧ୍ଵଜ ରଥ ଏବଂ ନନ୍ଦିଘୋଷ ରଥର ପାଞ୍ଚ ଦଣ୍ଡା ଏବଂ ଦୁଇଟି ଲେଖାଏଁ ପାର୍ଶ୍ଵ ଦଣ୍ଡା ଚଉପଟ ସହ ଦୁଇ ମୁଖ ସାଲ କାର୍ଯ୍ୟ ଶେଷ ହେଇଛି।ଦର୍ପ ଦଳନ ରଥର ପାଞ୍ଚ ଦଣ୍ଡା ଏବଂ ଦୁଇ ପାର୍ଶ୍ଵ ଦଂଡାକୁ ମିଶାଇ ସାତ ଗୋଟି ଦଣ୍ଡା ମଧ୍ୟରୁ ୫ଗୋଟି ଦଣ୍ଡାର ଚଉପଟ ସହ ଦୁଇମୁଖ ସାଲ କାର୍ଯ୍ୟ ଶେଷ ବାକି ଦୁଇଟି ଦଣ୍ଡାର ଚଉପଟ ଶେଷ ପର୍ଯ୍ୟାୟରେ ପହଂଚିଛି।କରତୀ ସେବକ ମାନେ ଦର୍ପ ଦଳନ ରଥର ପୋଲ ଗୟଳ ର ଦୁଇ ପାର୍ଶ୍ଵ ବାରିଶି ରେ ସମତଳ ଶେଷ କରି ଚିରଟ କାର୍ଯ୍ୟ ଆରମ୍ଭ କରିଛନ୍ତି।ଦୋଳ ବେଦୀ ପରିସରରେ ପାହି ମହାରଣା ମାନେ ଅଣସର ପାଇଁ ମହାପ୍ରଭୁଙ୍କ ପାଟ ଡୋରି ବୋଳୀବାକୁ ପାଟରା ସେବକ ମାନଙ୍କ ପାଇଁ ବାଉଁଶ ନିର୍ମିତ ନଳ,ବାଉଁଶ ନିର୍ମିତ କାଠି,କାଠ ନିର୍ମିତ କିଳା ନିର୍ମାଣ ଶେଷ କରି ରଥ ଯାତ୍ରାରେ ଶ୍ରୀଜୀଉ ଙ୍କ ବେଶ କରିବା କୁ ସିଂହାରୀ ସେବକଙ୍କ ପାଇଁ ବେଶ ଘୋଡିଆ ତିନିଗୋଟି ନିର୍ମାଣ କରୁଛନ୍ତି।ରୂପକାର ସେବକ ମାନେ ତିନି ରଥର ବେଦୀ ସିଂହାସନ ମୁହାଁଟି ରେ ଚିତ୍ର ଖୋଦେଇ ଜାରୀ ରଖିଛନ୍ତି।ଦୋଳ ବେଦୀ ଅସ୍ଥାୟୀ କମାର ଶାଳ ରେ ତିନି ରଥର ଓଝା ସେବକ ମାନେ ବାକି ରହିଥିବା ଯୋକା କଣ୍ଟା ନିର୍ମାଣ ସାରି ଆଗ ପାତେଳି ଦୁଆର ବେଢ଼ା କଣ୍ଟା କରୁଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More