ମହାପ୍ରଭୁଙ୍କ ଭଉଁରୀ ଯାତ୍ରା ଅବସରରେ ଶ୍ରୀକ୍ଷେତ୍ରରେ ସମ୍ପର୍ଣ ହୋଇଛି ତିନି ରଥର ଚକ ଅଖ ଡେରା ନୀତି

49

Get real time updates directly on you device, subscribe now.

ପୁରୀ (ସଂଘର୍ଷ ମିଡିଆ ) : ଆଜି ମହାପ୍ରଭୁଙ୍କ ଭଉଁରୀ ଯାତ୍ରା ଅବସରରେ ଶ୍ରୀକ୍ଷେତ୍ରରେ ସମ୍ପର୍ଣ ହୋଇଛି ତିନି ରଥର ଚକ ଅଖ ଡେରା ନୀତି | ଶ୍ରୀମନ୍ଦିରରୁ ପୂଜାପଣ୍ଡା ସେବକ ମାନେ ଶ୍ରୀଜୀଉଙ୍କ ଆଜ୍ଞାମାଳ ରଥ ଖଳାକୁ ବିଜେ କରାଇବା ପରେ ତିନି ରଥର ଦୁଇଟି ଲେଖାଏଁ ଚକ ସହ ଗୋଟିଏ ଲେଖାଏଁ ଅଖ ଡେରା ଯାଇଥିଲା | ଆଜିର ଏହି ଚକ ଅଖ ଡେରା ନିତୀ ସମ୍ପର୍ଣ ପରେ ଏଵେ ରଥ ନିର୍ମାଣର ଅନ୍ୟାନ୍ୟ କାର୍ଯ୍ୟ ଆରମ୍ଭ ହୋଇଛି | ଆଜି ମହାପ୍ରଭୁଙ୍କ ଭଉଁରୀ ଯାତ୍ରା ଅବସରରେ ପରମ୍ପରା ଅନୁଯାୟୀ ରଥ ଯାତ୍ରାର ଆଉ ଏକ ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି | ତେବେ ଆଜି ବାହାର ଚନ୍ଦନ ଯାତ୍ରାର ଅନ୍ତିମ ଦିନ | ଏହି ଅନ୍ତିମ ଦିନକୁ ଭଉଁରୀ ଯାତ୍ରା କୁହାଯାଉଥିବା ବେଳେ ଆଜିର ଦିନରେ ତିନି ରଥର ଚକ ଅଖ ଡେରା କାର୍ଯ୍ୟ ସମ୍ପର୍ଣ କରାଯାଇଥାଏ | ଏହି ପରମ୍ପରାକୁ ଦୃଷ୍ଟିରେ ରଖି ବିଶ୍ୱକର୍ମା ଓ ଭୋଇ ସେବାୟତ ମାନେ ତିନି ରଥର ଦୁଇଟି ଲେଖାଏଁ ଚକ ସହ ତିନଟି ଅଖ ସଂଯୋଗ କରିଛନ୍ତି | ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସକାଳ ଧୂପ ସରିବା ପରେ ଶ୍ରୀମନ୍ଦିରରୁ ପୂଜାପଣ୍ଡା ମାନେ ମହାପ୍ରଭୁଙ୍କ ଆଜ୍ଞା ମାଳ ରଥଖଳାକୁ ବିଜେ କରାଇଥିଲେ | ପରେ ଭୋଇ ସେବକ ମାନେ ତିନି ରଥର ଦୁଇଟି ଲେଖାଏଁ ଚକରେ ଗୋଟିଏ ଲେଖାଏଁ ଅଖ ସଂଯୋଗ କରିଥିବା ବେଳେ ପୂଜାପଣ୍ଡା ସେବକ ଆଜ୍ଞା ମାଳ ମହାରଣା ମାନଙ୍କୁ ଦେଇ ଵିଧି ସମ୍ପର୍ଣ କରିଥିଲେ |ଚଳିତ ବର୍ଷ ରଥ ନିର୍ମାଣରେ ନିୟୋଜିତ 25 ସେବାୟତ କରୋନାରେ ଆକ୍ରାନ୍ତ ହୋଇଥିବାରୁ ରଥନିର୍ମାଣ ନେଇ ଚିନ୍ତାପ୍ରକଟ କରାଯାଇଥିଲା | ସେଥିପାଇଁ ଭଉଁରୀ ତିଥିରେ ଚକ ଅଖ ଡେରା ନୀତି ସମ୍ପାଦନ କରିବା ମହାରଣା ଓ ଭୋଇ ସେବକ ମାନଙ୍କ ପାଇଁ ଥିଲା ଏକ ବଡ ଚ୍ୟାଲେଞ୍ଜ . ତେବେ ଆଜି ଚକ ଅଖ ଡେରା ନୀତି ନିର୍ଦ୍ଧିଷ୍ଟ ସମୟରେ ସମ୍ପାଦନ ହୋଇଥିବାରୁ ଆଗାମୀ ଦିନରେ ରଥ ନିର୍ମାଣ କାର୍ଯ୍ୟ ସଠିକ ସମୟରେ ଶେଷ ହେବା ନେଇ ସବୁଜ ସଂକେତ ମିଳିଛି |ଆଗାମୀ 24 ତାରିଖ ଦିନ ସ୍ନାନ ପୁର୍ଣିମା ତିଥିରେ ତିନି ରଥର ଚାରି ନାହାକା ଉଠିବାର ପରମ୍ପରା ରହିଛି । ତେଣୁ ସ୍ନାନ ପୂର୍ଣ୍ଣିମା ତିଥିରେ ଚାରି ନାହାକା ଡେରା ଉପରେ ଏଵେ ସମସ୍ତଙ୍କ ନଜର ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More