ରାଇକିଆ(ସଂଘର୍ଷ ମିଡିଆ ) :-ଗରିବ ନିରୀହ ଚାଷୀଙ୍କ ପାଇଁ ସରକାରଙ୍କ ତରଫରୁ M.G.N.R.E.G.A ମାଧ୍ୟମରେ ମାଟି କାମ, ରାସ୍ତା କାମ, ତଥା ଆମ୍ବ ଗଛ ଚାଷ ଭଳି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଚାଷୀଙ୍କୁ ସ୍ୱାବଲମ୍ବି କରିବା ପାଇଁ ସରକାରଙ୍କ ତରଫରୁ ଉଦ୍ୟମ କରୁଥିବା ବେଳେ, କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ, ସୁଗଡ଼ବାଡ଼ି ଗ୍ରାମ ପଞ୍ଚାୟତ ରୋ ଡ଼ିଟୁମାହା ଗ୍ରାମରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି | ଗତ 2019-2020 ଆର୍ଥିକ ବର୍ଷରେ ଆମ୍ବ ଚାଷ କରିବା ପାଇଁ M.G.N.R.E.G.A ତରଫରୁ ଚାଷୀଙ୍କୁ କୁହାଯାଇ ଥିଲା |କିଛି ଚାଷୀ ନିଜ ନିଜ ଜାଗା ଜମିରେ ମୁଲିଆ ମାନଙ୍କ ସହାୟତାରେ ଆମ୍ବ ଚାଷ କରିଥିଲେ ଯାହାକି ୨ ବର୍ଷ ବିତିଯାଇଥିଲେ ମଧ୍ୟ ଆଜ ସୁଧା ସରକାରଙ୍କ ତରଫରୁ ଚାଷୀଙ୍କୁ ତାଙ୍କର ପ୍ରାପ୍ୟ ମିଳିନ ଥିବା ଅଭିଯୋଗ ଆସିଛି |ଜାହାରୀ ଫଳରେ ପ୍ରକ୍ରୁତ ଚାଷୀ, ମୁଲିଆ ଲୋକଙ୍କ ଟଙ୍କା ନିଜ ହାତରୁ ପଇଠ କରିବାକୁ ବାଧ୍ୟ ହେଉଛି |ଏବିଷୟରେ I.T.D.A ବାଲିଗୁଡ଼ାର କାର୍ଯ୍ୟରତ କର୍ମଚାରୀଙ୍କୁ ବାରମ୍ବାର ଅଭିଯୋଗ କଲେ ସୁଧା ଟଙ୍କା ଦିୟାଯିବ କହି କହି ଆଜ ସୁଧା ଟଙ୍କା ଦେଉନ ଥିବା ବିଷୟ ସୁରଞ୍ଜନ ପ୍ରଧାନ ନାମକ ଜଣେ ହିତାଧିକାରୀ ପ୍ରକାଶ କରିଛନ୍ତି |ତେବେ ଏଥି ପ୍ରଶ୍ନ ଉଠୁଛିଯେ ପ୍ରକ୍ରୁତ ଚାଷୀଙ୍କୁ ସ୍ୱାବଲମ୍ବି କରିବା ପାଇଁ ସରକାର ଉଦ୍ୟମ କରୁଛନ୍ତି ସତ |ହେଲେ ସରକାରୀ ବାବୁମାନେ ଚାଷୀଙ୍କ ଟଙ୍କା ହରିଲୁଟ କରୁଥିବା ସନ୍ଦେହ କୁ ଦୁଇ ଗୁଣିତ କରୁଛି |ତେବେ କହିବାକୁ ଗଲେ ଆଗାମୀ ଦିନରେ ଜଣେ ଗରିବ ଚାଷୀ ଟିଏ M.G.N.R.E.G.A ଉପରେ ଭରସା ତୁଟେଇବ ଏଥିରେ ସନ୍ଦେହ ନାହିଁ | ଏଣୁ ସରକାର ତୁରନ୍ତ ଏବିଷୟରେ ତଦନ୍ତ କରି ଚାଷୀଙ୍କ ଟଙ୍କା କିପରି ପାଇବେ ତାର ବ୍ୟବସ୍ତା କରିବା ସହିତ ଏଭଳି କର୍ମଚାରିଙ୍କ ବିରୁଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି | ରାଇକିଆରୁ ଉତ୍ତମ ନାଥ ଦିଗାଲଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।