କନ୍ଧମାଳ (ସଂଘର୍ଷ ମିଡିଆ ) :-କରୋନା ମହାମାରୀ ଜନିତ ବିଷୟ ପାଇଁ ସାରା ପୃଥିବି ଓ ଜନ ସାଧାରଣ ଚିନ୍ତାରେ ଥିବାବେଳେ ସରକାରଙ୍କ ତରଫରୁ ବିଭିନ ସ୍ଥାନରେ ଟୀକା କରଣର ବ୍ୟବସ୍ତା କରାଯାଉଛି |ଏବଂ ମାସ୍କ ବ୍ୟବହାର କରିବା, ସୋମ ଦୂରତା ରକ୍ଷା କରିବା ପାଇଁ ସରକାରଙ୍କ ତରଫରୁ ନିୟମ ଜାରି କରାଯାଇଛି |କିନ୍ତୁ ପରୀତାପର ବିଷୟ ଏହିଁଯେ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅଞ୍ଚଳରେ ଥିବା ମଣ୍ଡାକିଆ ଗ୍ରାମ ପଞ୍ଚାୟତ ଠାରେ ଟୀକା କରଣ ଦିନ କୋବିଡ଼ ନିୟମକୁ ସମ୍ପୂର୍ଣ୍ଣ ଭାବରେ ଉଲଘଂନ କରୁଥିବା ଦେଖିବାକୁ ମିଳିଛି |ରାଇକିଆ ବ୍ଲକ ଅଞ୍ଚଳରେ ଦୋକାନ ବଜାର ଜନ ଗହଳି ସ୍ଥାନ ମାନଙ୍କରେ ସରକାରୀ କର୍ମଚାରୀ କୋବିଡ଼ ନିୟମ କୁ ମାନିବା ପାଇଁ ବିଭିନ୍ନ ସଚେତନ କାର୍ଯ୍ୟ କ୍ରୋମ କରାଯାଉଛି |ବେଳେ ବେଳେ ସଚେତନ ନାମରେ କିଛି ଦୋକାନ ଗୁଡିକ ସିଜ କରାଯାଉଛି |ମାସ୍କ ନୋଲଗେଇଲେ ଅର୍ଥ ଦଣ୍ଡ ଦିୟା ଯାଉଛି |କିନ୍ତୁ ଟୀକା କରଣ କାର୍ଯ୍ୟକ୍ରୋମରେ କୋବିଡ଼ ନିୟମକୁ ଉଲଘଂନ କରିଥିଲେ ସୁଧା ଏହା ସରକାରଙ୍କ ନଜରକୁ ଆସୁନାହିଁ |ଏହା ଏକ ଆଶ୍ଚର୍ଯ୍ୟରୋ କଥା |ମଣ୍ଡାକିଆ ଗ୍ରାମ ପଞ୍ଚାୟତ ରୋ କାର୍ଯ୍ୟଲୋୟର କର୍ମ କର୍ତ୍ତା ମାନଙ୍କୁ ଏବିଷୟରେ ପଚାରିବାରୁ ସେମାନେ ଦୁର୍ବ୍ୟବହାର କରୁଥିବା ପ୍ରକାଶ |କନ୍ଧମାଳ ଜିଲ୍ଲା ପାଳ ମହୋଦୟ ବୁଲି ବୁଲି କୋବିଡ଼ ନିୟମ ମାନି ଚଳିବା ପାଇଁ ସଚେତନ କରୁଥିବା ବେଳେ ସରକାରୀ କର୍ମଚାରୀମାନେ ଏହାର ଖୁଲା ଖୁଲୀ ଉଲଘଂନ କରୁଥିବା ଦେଖିବାକୁ ମିଳୁଛି |ତେଣୁ ଆମେ ସଂଘର୍ଷ ନିୟୁଜ ତରଫରୁ ଅନୁରୋଧ କରିକି କୋବିଡ଼ ନିୟମକୁ ଠିକ ଭାବରେ ଦେଇପ୍ତ ସହକାରେ ପାଳନ କରିବା ପାଇଁ ସରକାର ୟା ଉପରେ ତୁରନ୍ତ ପଦକ୍ଷେପ ନିୟନ୍ତୁ |ରାଇକିଆ ରୁ ଉତ୍ତମ ନାଥ ଦିଗାଲଙ୍କ ରିପୋର୍ଟ ସଂଘର୍ଷ ନିୟୁଜ |