କେନ୍ଦ୍ରାପଡା( ସଂଘର୍ଷ ମିଡିଆ ) : କେନ୍ଦ୍ରାପଡା ସହରର ଇମାମବାଡୀ ମୁସଲମାନ ବସ୍ତିରେ ଆଜି ଭୋର ୪ ଟା ସମୟରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡ ସମ୍ପର୍କରେ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଓ କେନ୍ଦ୍ରାପଡା ପୌର ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ସରକାରୀ ଅଧିକାରୀଙ୍କ ସହିତ ବିଭିନ୍ନ ରାଜନୈତିକ ଦଳର ସ୍ଥାନୀୟ ରାଜନେତା ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନି ବିପନ୍ନ ପରିବାରଙ୍କୁ ଭେଟି ସମବେଦନା ଜଣାଇଛନ୍ତି । ପୌରସଂସ୍ଥା ପକ୍ଷରୁ ବିପନ୍ନ ମାନଙ୍କୁ ସୁଖିଲା ଖାଦ୍ୟ ଦିଆଯାଇଛି । ସେମାନଙ୍କୁ ରେଡକ୍ରସରୁ ସହାୟତା ଦିଆଯିବ ବୋଲି ପୌର ନିର୍ବାହୀ ଅଧିକାରୀ କହିଛନ୍ତି । ଏହାଛଡା ସେମାନଙ୍କୁ ମାଗଣା ଭୋଜନ ବ୍ୟବସ୍ଥା କରାଯାଉଛି ବୋଲି ପୂର୍ବତନ ପୌରାଧ୍ୟକ୍ଷ ସୂଚନା ଦେଇଛନ୍ତି । କେନ୍ଦ୍ରାପଡା ତହସିଲଦାର ଓ ଉପଜିଲ୍ଲାପାଳ ଘଟଣା ସ୍ଥଳରେ ପହଞ୍ଚି ବିପନ୍ନ ପରିବାରଙ୍କୁ ପାଲ ଯୋଗାଇ ଦେଇଛନ୍ତି । ଆହତ ମାନେ କେନ୍ଦ୍ରାପଡା ଜିଲା ଡାକ୍ତରଖାନାରେ ଚିକିତ୍ସିତ ହୋଇ ଘରକୁ ଫେରିଆସିଛନ୍ତି । ବିସ୍ତାପିତ ପରିବାରର ଲୋକେ ସ୍ଥାନୀୟ ପଡୋଶୀ ମାନଙ୍କ ଘରେ ଏବେ ଥଇଥାନ ହୋଇଛନ୍ତି । ଅଗ୍ନିକାଣ୍ଡ ଏତେ ଭୟାନକ ଥିଲା ଯେ ଜୀବନ ବଞ୍ଚାଇ ଘରୁ ସମସ୍ତେ ବାହାରି ଆସିଥିଲେ । କିନ୍ତୁ ବିଡମ୍ବନା ର ବିଷୟ ଘରୁ କୈଣସି ଜିନିଷପତ୍ର ଉଦ୍ଧାର କରି ପାରିଲେ ନାହିଁ । ଏପରିକି ଝିଅ ବାହାଘର ପାଇଁ ରଖିଥିବା ନୁଆ ଖଟପଲଙ୍କ, ସୁନାରୁପା, ଚୈର ଟେବୁଲ ,କଂସା ବାସନ, ସିଲେଇ ମେସିନ, ଡ୍ରେସ ଲୁଗାପଟା, ଡାଲିଚାଉଳ ଏମିତି ପନିପରିବା , ଏବଂ ୨୦ ରୁ ଉର୍ଦ୍ଧ୍ବ କୁକୁଡ଼ା ପୋଡ଼ି ପାଉଁଶ ହୋଇଯାଇଛି ।