ଭୋଟ ଦେଲେ ମହାପ୍ରଭୁ ଜଗନ୍ନାଥଙ୍କ ଆଦ୍ୟ ସେବକ ଗଜପତି ମହାରାଜା ଦିବ୍ୟ ସିଂ ଦେବ ଓ ମହାରାଣୀ ଲୀଳାବତୀ ପାଟମହାଦେଇ

50

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଗଣତନ୍ତ୍ରର ମହାପର୍ଵରେ ସାମିଲ୍ ହୋଇ ନିଜର ମୂଲ୍ୟବାନ ଭୋଟ ପ୍ରଦାନ କରିଛନ୍ତି ମହାପ୍ରଭୁ ଜଗନ୍ନାଥଙ୍କ ଆଦ୍ୟ ସେବକ ଗଜପତି ମହାରାଜା ଦିବ୍ୟ ସିଂ ଦେବ ଓ ମହାରାଣୀ ଲୀଳାବତୀ ପାଟମହାଦେଇ ।ସରକାର ବାଛିବା ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ। ପୁରୀର ୧୫ ନମ୍ବର୍ ୱାର୍ଡ ର ଦୋଳମଣ୍ଡପ ସାହି ଉପ୍ରା ବିଦ୍ୟାଳୟ 114 ନମ୍ବର ବୁଥ ରେ ଭୋଟ ଦେଇ ଏହି ମହାନ ପର୍ବରେ ସମସ୍ତେ ସାମିଲ ହେବାକୁ କହିଛନ୍ତି ପୁରୀ ଗଜପତି ମହାରାଜା। ଗଜପତି କହିଚନ୍ତି ଆମ ଦେଶ ଓ ରାଜ୍ୟକୁ ଉନ୍ନତି କରିବାକୁ ହେଲେ ଉପଯୁକ୍ତ ପ୍ରାର୍ଥୀ ଚୟନ ଆବଶ୍ୟକ ରହିଚି। ଏଣୁ ପ୍ରତ୍ୟେକ ଭୋଟର ନିଜର ମୂଲ୍ୟବାନ ଭୋଟକୁ ମତଦାନ କରି ଦେଶ ଓ ରାଜ୍ୟର ଉନ୍ନତି ରେ ଭାଗ ନେବାକୁ ଗଜପତି କହିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More