ଭୂମିଆ ସମାଜର ଭେଟଘାଟ ସହ ଆଦିବାସୀ ପରିମ୍ପରିକ ପୂଜା ଅନୁଷ୍ଠିତ

14

Get real time updates directly on you device, subscribe now.

ମାଲକାନଗିରି(ସଂଘର୍ଷ ମିଡିଆ) : – ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ କୋରାପାଲ୍ଲୀ ଭୂମିଆ ସମାଜ ତରଫରୁ କିଆଙ୍ଗ ପଞ୍ଚାୟତ ମାଟିଗୁଡା ଭୈସାଘାଟ ଆମ୍ବ ତୋଟା ଠାରେ ବିରାଟ ସମାବେଶ ଅନୁଷ୍ଠିତ ହୋଇ ଯାଇଛି।ସାଲିମି ଗଡ଼ ଏରିଆ ଆଦିବାସୀ ଭୂମିଆ କୁଳ ସମାଜର ମୋଟ ୧୭ଖଣ୍ଡ ଗ୍ରାମରେ ଭୂମିଆ ସମାଜ ର ଭୂମିଆ ଜନଜାତି ବସବାସ କରନ୍ତି । ଭୂମିଆ ସମାଜର ଉପଦେଷ୍ଟା ତ୍ରିନାଥ ଭୂମିଆ , କୁଳ ନାୟକ ସମାରୁ ନାୟକଙ୍କ ନେତୃତ୍ୱରେ ଭୈସାଘାଟ ଆମ୍ବ ତୋଟା ଠାରେ ଦ୍ୱିତୀୟ ଥର ଭୂମିଆ ସମାଜ ଜନଜାତି ର ୧୭ ଖଣ୍ଡ ଗ୍ରାମ ଯଥା ବାରାଗୁମ୍ମା, ବରଜା, ମାଛାଗୁଡା,ମାଥିଲି, ପୋଡାଘଟା, ନାୟକଗୁଡା,ସିନ୍ଧିଗୁଡା,ଦୋରା ଗୁଡା,ମେକା,ଚାଉଳମେନ୍ଦୀ,କତାମେଟା, ଗଙ୍ଗଲା, ଖଇରପାଲ୍ଲୀ,ସାଲିମିଗଡ଼ ଭଣ୍ଡାରୀ ପଙ୍ଗାମ, ଦାମାପଡା ଓ କର୍ତ୍ତନପାଲ୍ଲୀ ର କୁଳ ନାୟକ ଓ କୁଳ ସଭାପତି ମାନେ ଉପସ୍ଥିତ ରେ ମୁଖ୍ୟ ଅତିଥି ଭାବେ ଆଦିବାସୀ ମହାସଂଘ ର ଜିଲ୍ଲା ସଭାପତି ବନ୍ଧୁ ମୁଦୁଲି , ଭୂମିଆ ସମାଜର ସଭାପତି ସଭାପତି ତୁଳସୀରାମ ଭୂମିଆ ମୁଖ୍ୟ ବକ୍ତା ଭାବେ ସରକାରୀ ଆଦିବାସୀ ସଂଘର ବ୍ଲକ ସଭାପତି ବୃନ୍ଦାବନ ମାଝୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଭୂମିଆ ସମାଜର ସଦସ୍ୟ ଚୈତନ୍ୟ ନାଲି ଓ ମାଥିଲି ବ୍ଲକ ସରକାରୀ ସଂଘର ସମ୍ପାଦକ କୈଳାସ ଚନ୍ଦ୍ର ନାୟକ ସହ ଅନ୍ୟମାନଙ୍କ ମଧ୍ୟରେ ଭୂମିଆ ସମାଜ ର ସଭ୍ୟ ଲବ ଭୂମିଆ , ବୁଦ୍ରା ଭୂମିଆ , ଗଣପତି ଭୂମିଆ ,ଲଛମାନ ଭୂମିଆ ,କୃଷ୍ଣ ପୁଟିଆ , ନୀଳକଣ୍ଠ ନାୟକ ,ଯଦୁରାମ ଭୂମିଆ ,ରାମଚନ୍ଦ୍ର ଭୂମିଆ , ଜଗତ ଭୂମିଆ , କୃଷ୍ଣ ଭୂମିଆ , ରାମଚନ୍ଦ୍ର ପୂଜାରୀ , ସୁନାଧର ନାୟକ ,ଲକ୍ଷ୍ମଣ ନାୟକ ,ଚନ୍ଦ୍ର ଭୂମିଆ ,ହାତୀରାମ ବେହେରା , ଗୁରୁ ମଡେମୀ , ଲାଛିମ ଭୂମିଆ , ମନ ଭୂମିଆ , ଗଙ୍ଗାଧର ଭୂମିଆ , ଲମୁ ଭୂମିଆ ,ଜୟ ଭୂମିଆ ,ସନିଆ ଭୂମିଆ , ଘାସିରାମ ନେଙ୍ଗି ,ସମ୍ୱନ୍ଧ ପୂଜାରୀ ନାରାୟଣ ନାୟକ ଯୋଗ ଦେଇ ପ୍ରଥମେ ଭୂମିଆ ସମାଜର ସ୍ୱାଧୀନତା ସଂଗ୍ରାମୀ ସହିଦ ଲକ୍ଷ୍ମଣ ନାୟକ, ବି,ଆର,ଆମ୍ବେଦକରଙ୍କ ଫଟୋ ଚିତ୍ରରେ ପୁଷ୍ପାଞ୍ଜଳି ଦେବା ସହ ମୁଖ୍ୟ ଅତିଥି ଙ୍କ ଦ୍ଵାରା ପ୍ରଦୀପ ପ୍ରଯଳୋନ କାର୍ଯ୍ୟକ୍ରମ ପରେ ଉପଦେଷ୍ଟା ତ୍ରିନାଥ ଭୂମିଆ ସମସ୍ତ ଅତିଥି ପରିଚୟ ପ୍ରଦାନ କରିବା ପରେ ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ଉପସ୍ଥିତ ଥିବା ସମସ୍ତ ୧୭ ଖଣ୍ଡ ଗ୍ରାମର କୁଳ ମୟକ ଓ କୁଳ ସଭାପତି ମାନଙ୍କୁ ଉତରୀୟ ଦେଇ ସମ୍ମାନିତ କରାଯାଇଥିଲା।ଏହା ପରେ ଭୂମିଆ ସମାଜ ଜନଜାତିର ବିର ସଂଗ୍ରାମୀ ମାନେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଭାରତ ଛାଡ଼ ଆନ୍ଦୋଳନ ସମୟରେ ଇଂରେଜ ମାନଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ଅନେକ ଭୂମିଆ ଜନଜାତି ର ବିର ସନ୍ତାନ ମାନେ ଇଂରେଜ ସରକାର ଙ୍କ ପୋଲିସ ଗୁଳିରେ ସହିଦ ହୋଇଥିବା ବେଳେ ଅନେକ ଭୂମିଆ ଜନଜାତିର ଲୋକମାନେ ଜେଲ ଦଣ୍ଡରେ ଦଣ୍ଡିତ ହେବା ସହ ଜୋରିମାନା ମଧ୍ୟ ଦେଇଛନ୍ତି।କିନ୍ତୁ ଆଜି ରାଜ୍ୟ ହେଉ କିମ୍ବା କେନ୍ଦ୍ର ସରକାର ଏହି ଭୂମିଆ ଜନଜାତି ବିର ସନ୍ତାନ ମାନଙ୍କୁ ସରକାରୀ ମାନ୍ୟତା ଦେଇ ନାହାନ୍ତି।ଯାହା ଫଳରେ ଆଜି ଏହି ସମ୍ମିଳନୀରେ ମୁଖ୍ୟ ଉଦ୍ଦେଶ୍ୟ ଥିଲା ଇଂରେଜ ଗୁଳିରେ ସହିଦ ହୋଇଥିବା ବିର ସନ୍ତାନ ଓ ଜେଲ ଦଣ୍ଡରେ ଦଣ୍ଡିତ ହୋଇଥିବା ବିର ସନ୍ତାନ ମାନଙ୍କୁ ଜାତୀୟ ମାନ୍ୟତା ଦେବା ସହ ଭୂମିଆ ଜନଜାତିଙ୍କ ଉନ୍ନୟନ ଶିକ୍ଷାଗତ ଯୋଗ୍ୟତା ଭିତରେ ସରକାରୀ ଚାକିରୀ ଦେବା ପାଇଁ ସରକାର ଙ୍କ ପାଖରେ ଦାବି ରଖିଛନ୍ତି।ତାହା ସହିତ କିପରି ଭୂମିଆ ସମାଜର ପରମ୍ପରା ଓ ରୀତିନୀତି ବଜାୟ ରହିବ ତାହା ଆଜିର ଯୁବ ପିଢ଼ି ମାନଙ୍କୁ ଉପସ୍ଥିତ ଥିବା ଯୁବ ପିଢ଼ି ମାନଙ୍କୁ ପରାମର୍ଶ ଦେଇଥିଲେ।ତାହା ସହିତ ଭୂମିଆ ଜନଜାତିରେ ରଜ,ହୋଲି ପରି ଅନ୍ୟ ସମାଜର ପର୍ବ ପର୍ବାଣୀ କୁ ପାଳନ କରିବା ପାଇଁ ବାରଣ କରିବା ସହିତ କେବଳ ଭୂମିଆ ଜନଜାତି ର ପର୍ବ ପର୍ବାଣି ପାଳନ କରିବା ପାଇଁ ଆଜିର ଯୁବ ପିଢ଼ି ମାନଙ୍କୁ ପରାମର୍ଶ ଦେଇଥିଲେ। ଭୂମିଆ ସମାଜର ପଦାଧିକାରୀ ମାନେ ରାଜ୍ୟର ଗଣପର୍ବ ରଜ , ଗଣେଷ ପୂଜା ଓ ସରସ୍ୱତୀ ପୂଜାକୁ ପାଳନ ନକରିବା ପାଇଁ ହୁଇପ ଜରିକଲେ ଭୂମିଆ ସମାଜର ଯୁବକ ଯୁବତୀ ମାନଙ୍କୁ । ଡିଜିଟାଲ ଯୁଗରେ ଯଦି ଓଡ଼ିଶାର ଗଣପର୍ବ ରଜ , ଶ୍ରୀଗଣେଶ ପୂଜା , ମା ସରସ୍ଵତୀ ପୂଜା ବିଷୟରେ ଆଜିର ଯୁବ ପିଡି ଜାଣିବେ ନାହିଁ ତାହେଲେ ପାଠ ପଢି ନିଜର ଚାକିରୀ ପାଇଁ ଯେତେବେଳେ ସାକ୍ଷାତକାର ଦେବେ ତାହେଲେ ସେମାନେ କଣ ଉତ୍ତର ଦେବେ ବୋଲି ବହୁ ବୁଦ୍ଧିଜୀବି ମାନେ ପ୍ରଶ୍ନ କରିଛନ୍ତି । ଆଦିବାସୀ ସମାଜର ନେତାମାନେ ନିଜର ଫାଇଦା ପାଇଁ ସେମାନେ ଚାହୁଁ ନାହାନ୍ତି ଆଦିବାସୀ ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷିତ ହୁଅନ୍ତ ବୋଲି ମତ ପ୍ରକାଶ ପାଇଛି । ଭାରତର ସମ୍ବିଧାନ ପ୍ରଣୟନ ବି,ଆର, ଆମ୍ବେଦକରଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ଭାରତର ସାମ୍ବିଧାନିକ ଶିକ୍ଷା ବଦଳରେ ଇଂରେଜମାନଙ୍କ ଶାସନ ପରି ଭାଷଣ ଦେଇଛନ୍ତି ଭୂମିଆ ସମାଜର ବରିଷ୍ଠ ନେତାମାନେ । ବରିଷ୍ଠ ଶିକ୍ଷକ ଆଦିବାସୀ ଯୁବକ ଯୁବତୀ ମାନେ କିପରି ଉନ୍ନତ ଶିକ୍ଷା ସହିତ ବାପା ମା ଙ୍କ କଥା ମାନିବା ସହିତ ଏକ ଲକ୍ଷ ନେଇ ଶିକ୍ଷାଦାନ କରି ନିଜର ବାପା ମା , ଓ ଭୂମିଆ ସମାଜ କୁଳ ଉନ୍ନତି ହୋଇ ପାରିବ ବୋଲି ମାଥିଲି ବ୍ଲକ ସରକାରୀ ସଂଘର ସମ୍ପାଦକ କୈଳାସ ଚନ୍ଦ୍ର ନାୟକ ଉଦବୋଧନ ଦେଇଥିଲେ । ଏହାପରେ ଏବଂ ଯେଉଁ ଛାତ୍ରଛାତ୍ରୀ ମାନେ ଯଦି ଅର୍ଥ ଅଭାବରୁ ପାଠ ପଢି ପାରୁ ମହାନ୍ତି ସେଥିପାଇଁ ଆମ ସହିତ ଯୋଗାଯୋଗ କରନ୍ତୁ ଆମେ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବୁ ବୋଲି ବରିଷ୍ଠ ଶିକ୍ଷକ ଚୈତନ୍ୟ ନାଲି ନିଜ ଭାଷଣରେ କହିଥିଲେ । ଏହି ଭୂମିଆ ସମାଜ ଜନଜାତି ସମ୍ମିଳନୀରେ ୧୭ ଖଣ୍ଡ ଗ୍ରାମାର ହଜାର ହଜାର ମହିଳା,ପୁରୁଷ,ଯୁବକ ଓ ଯୁବତୀ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା।
ମାଲକାନଗିରି ରୁ ଅବଦୁଲ ଗାନିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ.।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More