ଭାଗିରଥିଙ୍କ ମୁଣ୍ଡରେ ସତେ ଯେମିତି ବୋଝ ଉପରେ ନଳିତା ବିଡା

49

Get real time updates directly on you device, subscribe now.

ନରସିଂହପୁର(ସଂଘର୍ଷ ମିଡିଆ ) : -କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ବାଲିଝରୀ ଗ୍ରାମର ଗୋଲଖ ଚନ୍ଦ୍ର ପ୍ରତିହାରୀ ଙ୍କର 3ମାସ ତଳେ ଏକ ଅଜଣା ରୋଗରେ ଆକସ୍ମିକ ଭାବେ ମୃତ୍ୟୁ ଘଟିଥିବାବେଳେ ତାଙ୍କ ସ୍ତ୍ରୀ ଶାନ୍ତିଲତା ଏବେ ମଧୁମେହ ରୋଗରେ ପୀଡିତ… ଏହି ନିଃସହାୟ ପରିବାର ସ୍ୱାମୀ ଙ୍କ ମୃତ୍ୟୁ ପରେ ସତେ ଯେମିତି ବେସାହାରା ହୋଇଯାଇଛି ପରିବାର …!19ବର୍ଷର ପୁଅ ଭଗିରଥି ଙ୍କ ଉପରେ ପରିବାର ନିର୍ଭରଯୋଗ୍ୟ…କେତେ ବେଳେ ପରଘରେ ମୁଲଧନ୍ଦା କରି ଦୁଇପଇସା ରୋଜଗାର କଲେ ସେଥିରେ ରୋଗୀଣା ମା ର ଔଷଧ ଖର୍ଚ୍ଚ ସାଙ୍ଗକୁ ପରିବାର ଚାଲିବାର ବୋଝ…!ଶାନ୍ତିଲତା ଅନେକ ଦିନ ତଳେ ନିଜ ଘରସଫା କରୁଥିବା ବେଳେ ତାଙ୍କ ପାଦରେ ଗୋଟିଏ କାଚ ଗଳିଯିବାରୁ ପାଦରେ ଗୋଟିଏ କ୍ଷତ ଘା ସୃଷ୍ଟି ହୋଇଛି…!କାନପୁର ଗ୍ରାମର ସମାଜସେବୀ ସୁବାସ ସାମଲ ଶାନ୍ତିଲତା ଙ୍କୁ ଧରି କାନପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଚିକିତ୍ସା କରାଉଥିବା ଦେଖିବାକୁ ମିଳିଛି… ଶାନ୍ତିଲତା ଏଭଳି ଅବସ୍ଥା ରେ କେମିତି ବଂଚିବେ କଣ ଖାଇବେ ବୋଲି କୋହଭରା ସ୍ୱର ରେ କହିଛନ୍ତି…!ଶାନ୍ତି ଲତା ଙ୍କୁ କେବଳ ଭଗବାନ ସାହାଭରସା ବୋଲି କାନ୍ଦି କାନ୍ଦି କହିଛନ୍ତି…ଧାର କରଜ ଯୋଗୁ ନିଜର ପୋଉତ୍ରିକ ସମ୍ପତି ଭିଟାମାଟି ଟିକକ ବିକ୍ରି କରି ସ୍ବାମୀଙ୍କ ଦଶାହ କାମରେ ଲଗାଇଥିଲେ । ତାପରେ ଏକ ସରକାରୀ ଜମିରେ ଅଧାପାନ୍ତରିଆ ଘରେ ଆଶ୍ରୟ ନେଉଛନ୍ତି….! ତାଙ୍କ ପରିବାର କୁ କିଛି ସରକାରୀ ସହାୟତା ଯୋଗାଇ ଦେବାପାଇଁ ଗ୍ରାମବାସୀ ଦାବି କରିଛନ୍ତି…!ନରସିଂହପୁର ସଞ୍ଜୟ ପଟ୍ଟନାୟକ ସହ ଅରବିନ୍ଦ ପ୍ରଧାନଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More