ଭଦ୍ରକ( ସଂଘର୍ଷ ମିଡିଆ ) : ରସିକିଆ ଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅଣ୍ଟା ଭିଡ଼ିଲେ ନାରୀ ସୁରକ୍ଷା ପ୍ରଗତି ମଞ୍ଚ ।ଆଜି ଏନେଇ ଭଦ୍ରକ ଜ଼ିଲ୍ଲାପାଳ ଓ ଏସପିଙ୍କୁ ଭେଟି ନାରୀ ସୁରକ୍ଷା ପ୍ରଗତି ମଞ୍ଚ ସଂଗଠନ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ, ଭଦ୍ରକ କୋଡ଼ଗମ୍ଭୀର ୟୁଜିଏମଇ ବିଦ୍ୟାଳୟର କର୍ତ୍ତବ୍ୟରତ ଶିକ୍ଷକ ଜଣେ ମହିଳାଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ମୋବାଇଲରୁ ମୋବାଇଲକୁ ଭାଇରଲ ହେବାରେ ଲାଗିଥିଲା। ସମ୍ପୃକ୍ତ ଶିକ୍ଷକ ଜଣଙ୍କ ଭଦ୍ରକ ସାବରଙ୍ଗ ଅଞ୍ଚଳର ବୋଲି ଜଣାପଡିଛି । କିଛି ଦିନ ତଳେ ସମ୍ପୃକ୍ତ ଶିକ୍ଷକ ମହିଳାଙ୍କ ମଧ୍ୟରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରଲ ହୋଇଥିଲା। ଯାହାକି ଜଣେ ଶିକ୍ଷକଙ୍କ ଏଭଳି ଘୃଣ୍ୟ କାର୍ଯ୍ୟ ସମାଜ ପାଇଁ ନିନ୍ଦନୀୟ। ସମ୍ପୃକ୍ତ ଶିକ୍ଷକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆଜି ଭଦ୍ରକ ଜିଲ୍ଲାପାଳ ଓ ଏସପିଙ୍କୁ ମହିଳା ପ୍ରଗତି ମଞ୍ଚ ପକ୍ଷରୁ ଦାବି ପତ୍ର ପ୍ରଦାନ କରାଯାଇଛି। ଯଦି ତିନି ଦିନ ମଧ୍ୟରେ ପୋଲିସକି ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି, ଆଗାମୀ ଦିନରେ ମହିଳା ପ୍ରଗତି ମଞ୍ଚ ପକ୍ଷରୁ ରାଜ ରାସ୍ତାକୁ ଓହ୍ଳାଇବ ବୋଲି ଚେତାବନୀ ଦେଇଛି ସଙ୍ଘ ରାଜଲକ୍ଷ୍ମୀ ମହାପାତ୍ର ।