ଭଦ୍ରକ ( ସଂଘର୍ଷ ମିଡିଆ ) : ଅଗ୍ନିକାଣ୍ଡରେ ଜଳିଗଲା ୫ଟି ପରିବାରର ୧୦ ବଖରା ଘର ସହ ଳକ୍ଷାଧିକ ଟଙ୍କାର ଜିନିଷ ପତ୍ର ଜଳି ପୋଡି ପାଉଁଶ ହୋଇଯାଇଛି । ସୂଚନା ଅନୁଯାୟୀ, ଭଦ୍ରକ ଚରମ୍ପା ବେଲମଳା ଗ୍ରାମରେ ରାତିରେ ପରିବାର ଲୋକ ଘରେ ଶୋଇଥିବା ଅବସ୍ଥାରେ ଅଗ୍ନିକାଣ୍ଡ ହୋଇଥିଲା. ନିଆଁ ଲାଗିବା ଦେଖି ପରିବାର ଲୋକ ନିଜ ଜୀବନ ବଞ୍ଚାଇବାକୁ ଯାଇ ଜୀବନ ବିକଳରେ ବାହାରକୁ ଦୌଡ଼ି ପଳାଇ ଆସିଥିଲେ. ପରେ ନିଆଁକୁ ଆୟତ କରିବାକୁ ଯେତେ ଚେଷ୍ଟା କରିଥିଲେ ମଧ୍ଯ ନିଆଁ ଆୟତ୍ତ ହୋଇନଥିଲା. ପରେ ଅଗ୍ନିଶମ ବାହିନୀ ଖବର ପାଇବା ପରେ, ଏହାର ଦୁଇଟି ଗାଡି ନିୟୋଜିତ ହୋଇ ନିଆଁକୁ ଆୟତ୍ତ କରିଥିଲେ. କିନ୍ତୁ ସେତେବେଳକୁ ଗୌରହରି ବେହେରା, ପ୍ରହ୍ଲାଦ ବେହେରା, ନିର୍ମଳ ବେହେରା, ଦୀନେଶ ବେହେରାଙ୍କର ଘର ସମ୍ପୁର୍ଣ୍ଣ ଜଳି ପୋଡି ଯାଇଥିଲା । ଘରେ ଗଛିତ ଥିବା ଧାନ, ଚାଉଳ, ଆସବାବପତ୍ର ସବୁ ଜଳି ପୋଡି ଯାଇଛି. କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଲା ତାହା ଅସ୍ପଷ୍ଟ ଥିବା ବେଳେ, ବିଦ୍ୟୁତ ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି ।