ଭଦ୍ରକ ସମେତ ଦେଶରେ ୨ ହଜାରୁ ଅଧିକ ରେଳ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

87

Get real time updates directly on you device, subscribe now.

ଆକ(ସଂଘର୍ଷ ମିଡିଆ) : – ଭାରତର ଜସ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଦ୍ୱାରା ସାରା ଭାରତରେ 41 ହଜାର କୋଟି ଟଙ୍କାର ପ୍ରକଳ୍ପକୁ ଏକ ସାଙ୍ଗରେ ଦେଶର 2200ରୁ ଉର୍ଦ୍ଧ ସ୍ଥାନରେ ଦେଶର ପ୍ରଧାନମନ୍ତ୍ରୀ, ବିଭିନ୍ନ ରାଜ୍ୟର ରାଜ୍ୟପାଳ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ମାନେ ଏକତ୍ରିତ ହୋଇ ବିକଶିତ ଭାରତର ସଂକଳ୍ପ ନେଇଥିଲେ । 554 ଟି ରେଳ ଷ୍ଟେସନର ଆଧୁନିକରଣ ସହିତ 1500ରୁ ଉର୍ଦ୍ଧ ରେଳ ଓଭରବ୍ରିଜ ଏବଂ ଅଣ୍ଡର ପାସ ର ଶୁଭାରମ୍ଭ ଆଜି ଦିଆଯାଇଥିଲା । ଏହି ପରିପକ୍ଷେ ଓଡିଶା ରାଜ୍ୟର ମଧ୍ୟ 21 ଟି ରେଳ ଷ୍ଟେସନର ଉନ୍ନତିକରଣର ଭିର୍ତ୍ତିପ୍ରସ୍ତର ସ୍ଥାପନା ସହ ଭଦ୍ରକ ଜିଲ୍ଲାର ମଧ୍ୟ ରେଳ ଓଭରବ୍ରିଜ ପାଇଁ ଶୁଭରାମ୍ଭ ଦିଆଯାଇଛି. ଏହି ପରିପକ୍ଷେ ଚରମ୍ପା ଠାରେ ରେଳ ବିଭାଗ ପକ୍ଷରୁ ଏକ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥିଭାବେ ଧାମନଗରର ବିଧାୟକ ସୂର୍ଯ୍ୟବଂଶୀ ସୁରଜ, ସ୍ଥାନୀୟ ବିଧାୟକ, ସାଂସଦ ଙ୍କ ସମେତ ବିଜେପିର ଜିଲ୍ଲା ସଭାପତି ହେମନ୍ତ ପାଢ଼ୀ ଙ୍କ ସହ ବିଜେପିର ଅନେକ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ମୋଦୀ ଜୀଙ୍କ ଶୁଭ ଉଦଘାଟନ ଭରଚୁଆଲ ମାଧ୍ୟମରେ କରିଥିଲେ । ସମସ୍ତେ ଉପସ୍ଥିତ ରହିଥିଲେ.ଏ ଭାରତୀୟ ରେଳ ସେବାର ମାଇଲ ଖୁଣ୍ଟ କହିଲେ ଅତୁକ୍ତ୍ୟ ହେବନାହିଁ.ସେ ବନ୍ଦେ ଭାରତ ରେଳ ଲାଇନ ହେଉ ଅବା ଅମୃତ ଭାରତ ଟ୍ରେନ.ଭାରତ ବର୍ଷ ର ପ୍ରଗତି ସେ ରେଳ ସେବା ଉପରେ ନିର୍ଭର କରିଥାଏ । ଆଗାମୀ 2047 ମସିହା ବେଳେକୁ ଭାରତ ବର୍ଷର ରେଳ ବିଭାଗ ଏକ ବିକଶିତ ଭାରତ ଗଠନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି କହିଛନ୍ତି ଧାମନଗରର ଯୁବ ବିଧାୟକ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More