ଭଦ୍ରକ ( ସଂଘର୍ଷ ମିଡିଆ ) : ଭଦ୍ରକର ଐତିହାସିକ ଶ୍ରୀରାମ ନବମୀ କମିଟି ପକ୍ଷରୁ ସ୍ଥାନୀୟ ଗାନ୍ଧୀ ପଡିଆ ଠାରେ ଶ୍ରୀ ରାମ ନବମୀ ପାଳନକୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି. ଏହି ବୈଠକରେ ଶ୍ରୀରାମ ସମିତିର ସଭାପତି ରାୟ ରାମାନନ୍ଦ ମହାପାତ୍ର ,ସମ୍ପାଦକ ଶରତ ପଢିଆରୀ ଙ୍କ ସମେତ ବରିଷ୍ଠ ଉପଦେଷ୍ଟା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ, ବଦ୍ରିନାରାୟଣ ଧଳ, ସ୍ଵାଧିନ ସୂନ୍ଦର ଦାସଙ୍କ ସମେତ ସମସ୍ତ ଶ୍ରୀରାମ ସମିତିର କାର୍ଯ୍ୟକର୍ତା ମାନେ ଉପସ୍ଥିତ ରହି ଆସନ୍ତା ମାସ 21 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରାମ ନବମୀ ପାଇଁ ଆଲୋଚନା କରିବା ସହ ଏହାକୁ କିପରି ଶାନ୍ତି ଶୃଙ୍ଖଳାର ସହ ପାଳନ କରାଯିବ ସେଥିପାଇଁ ଆଲୋଚନା କରାଯାଇଥିଲା ।