ଭଦ୍ରକରେ ହିଂସା ଘଟଣା ପରେ ସ୍ଥିତିର ଅନୁଧ୍ୟାନ କଲେ ପୋଲିସ ମହାନିର୍ଦ୍ଦେଶକ

17

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ) : – ସୋସିଆଲ ମିଡ଼ିଆରେ ବିବାଦୀୟ ମନ୍ତବ୍ୟ ପରେ ଭଦ୍ରକ ଓ ଧାମନଗରରେ ଦେଖା ଯାଇଥିବା ତୀବ୍ର ଉତ୍ତେଜନା ଧିରେଧିରେ କମିବାରେ ଲାଗିଥିବା ବେଳେ ଭଦ୍ରକ ଓ ଧାମନଗରର ସ୍ଥିତି ଦେଖିବା ପାଇଁ ପୋଲିସ ମହା ନିର୍ଦେଶକ ୱାଇ. ବି ଖୁରାନିଆ ଭଦ୍ରକ ଜିଲ୍ଲା ଗସ୍ତରେ ଆସି ଧାମନଗର ଓ ଭଦ୍ରକରେ ପହଂଚି ସ୍ଥିତି ଦେଖିବା ସହିତ ବରିଷ୍ଟ ପୋଲିସ ଅଧିକାରୀଙ୍କ ସହିତ ଆଲୋଚନା କରିବା ପରେ ଜିଲ୍ଲାପାଳ ଏସପି ଓ ଡ଼ି ଆଇ ଜି ଙ୍କ ସହିତ ଆଲୋଚନା କରିଥିଲେ । VO :1-ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ ପରେ ଭଦ୍ରକର ସନ୍ଥିଆ ତଥା ପୁରୁଣା ବଜାର ଅଞ୍ଚଳ ଓ ଧାମନଗରରେ ଦେଖା ଦେଇଥିଲା ତୀବ୍ର ଉତେଜନା. ଏପରିକି ଭଦ୍ରକ ସନ୍ଥିଆରେ ଏକ ଗୋଷ୍ଠୀ ପୋଲିସ ଉପରକୁ ଆକ୍ରମଣ କରିବାରୁ ବହୁ ପୋଲିସ ଆହତ ହୋଇଥିଲେ . ଏହାପରେ ପୁରୁଣା ବଜାର ଅଞ୍ଚଳ ସହିତ ଧାମନଗର NAC ଅଂଚଳରେ ଅନିଦ୍ଧିଷ୍ଟ କାଳ ପାଇଁ 163 ଧାରା ଜାରି କରିବା ସହ ଇଣ୍ଟରନେଟ ସେବାକୁ ଜିଲ୍ଲାରେ ବନ୍ଦ୍ କରା ଯାଇଥିଲା । ପୁରୁଣା ବଜାର ଅଞ୍ଚଳରେ ୧୦ ଓ ଧାମନଗରରେ ୮ ପ୍ଲାଟୁନ ପୋଲିସ ଫୋର୍ସ ସହିତ ଦୁଇ କମ୍ପାନୀ ରାପିଡ଼ ଆକ୍ସନ ଫୋର୍ସ ମୃତୟନ ରହିଛନ୍ତି. ତେବେ ଏହି ଦୁଇଟି ସ୍ଥାନରେ ସ୍ଥିତିର ଧିରେଧିରେ ସୁଧାର ଆସୁଥିବା ବେଳେ ବାସ୍ତବ ସ୍ଥିତି ଦେଖିବା ସହିତ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା ପାଇଁ ପୋଲିସ ମହାନିର୍ଦେଶକ ୱାଇ.ବି. ଖୁରାନିଆ ଭଦ୍ରକ ଜିଲ୍ଲା ଗସ୍ତରେ ଆସି ପ୍ରଥମେ ଧାମନଗର ପରେ ଭଦ୍ରକ ସନ୍ଥିଆ ପୁରୁଣା ବଜାର ଅଞ୍ଚଳର ବାସ୍ତବ ସ୍ଥିତି ଦେଖିବା ସହିତ ସ୍ଥିତିର ସମୀକ୍ଷା କରିଥିଲେ , ତାଙ୍କ ସହିତ ପୂର୍ବାଞ୍ଚଳ ଡିଆଇଜି ସତ୍ୟଜିତ ନାୟକ ଓ ଏସପି ବରୁଣ ଗୁଣ୍ଠୁପାଲ୍ଲୀ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଗତ 27 ତାରିଖରେ ଉପୁଜି ଥିବା ପରିସ୍ଥିତି ପରେ ବର୍ତମାନ ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ କିପରି ବ୍ୟବସ୍ଥା ହୋଇଛି. ରାତ୍ରି ପେଟ୍ରୋଲିଙ୍ଗକୁ କିପରି କଡାକଡି କରାଯାଇଛି ସେ ସମ୍ପର୍କରେ ପଚାରି ବୁଝିଥିଲେ. ପରେ ଡିଜିପି ଭଦ୍ରକ ସର୍କିଟ ହାଉସ ଠାରେ ଜିଲ୍ଲାପାଳ ଓ ପ୍ରଶାସନିକ ଅଧିକାରୀଙ୍କ ସହିତ ଆଲୋଚନା କରି ସ୍ଥିତିର ସମୀକ୍ଷା କରିଥିଲେ . ଉତେଜନା ସୃଷ୍ଟି କରିବା, ଆକ୍ରମଣ କରିବା ଓ ରାସ୍ତାରୋକ କରିବା ଘଟଣାରେ ମୋଟ 8 ଟି ମାମଲା ରୁଜୁ ହେବା ସହିତ ଗତକାଲି ସୁଦ୍ଧା 33 ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଏହି ଗିରଫ ଦାରୀ ସଂଖ୍ୟ ଆଗକୁ ଆହୁରି ବୃଦ୍ଧି ପାଇବ ବୋଲି ସୂଚନା ମିଳିଛି । ସେହିପରି ଉତ୍ତେଜନା ସୃଷ୍ଟି ହେବାର ୫ ଦିନ ପରେ ଏବେ ସ୍ଥିତିର ଉନ୍ନତି ଆସିବା ପରେ ଜିଲ୍ଲାରେ ବନ୍ଦ୍ ହୋଇଥିବା ଇଣ୍ଟରନେଟ ସେବାକୁ ଆଜି ଠାରୁ ଖୋଲି ଦିଆଯାଇ ପରିସ୍ଥିତି ଉପରେ ପୋଲିସ କଡା ନଜର ରଖିଛି । ଏହି ଘଟଣା ପରେ ଜିଲ୍ଲାରେ ଶାନ୍ତି ଫେରାଇ ଆଣିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଛନ୍ତିି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକୱାଇ ବି ଖୁରାନିଆ

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More