ଭଣ୍ଡାରି ପୋଖରୀ (ସଂଘର୍ଷ ମିଡିଆ ) : ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ସରସଦା ଭାଗବତ ଟୁଙ୍ଗୀ ପରିସରରେ ଓଡିଆ ଆଲବମ ରୋମାଣ୍ଟିକ ସଙ୍ଗୀତ ‘ଋଷିଛି ମୋ ପ୍ରିୟା’ ଓ ଭକ୍ତିରସାମୃତ ଭଜନ ର ଶୁଭ ମହୁରତ ଲୋକାର୍ପିତ ହୋଇଛି । ମହାବୀର ଆର୍ଟସ ବ୍ୟାନରେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ରୀଚରଣ ମହାନ୍ତି , ନରେନ୍ଦ୍ର କୁମାର , ପ୍ରଭୁପଦ ଓ କୁମାର ବାପି ପ୍ରମୁଖ ଏଥି ପାଇଁ କଣ୍ଠ ଦାନ କରିବେ । ଉଭୟ ଆଲବମ ଓ ଭଜନରେ ମୋଟ ବାରଟି ସଙ୍ଗୀତ ରହିଛି ଓ ଏହା ଆଗାମୀ ରାକ୍ଷୀ ପୂର୍ଣ୍ଣିମାରେ ବଜାରକୁ ଛଡାଯିବ ବୋଲି ପ୍ରଯୋଜକ ସନ୍ତୋଷ କୁମାର ଜେନା ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି । ଏଥିରୁ ମିଳିବାକୁ ଥିବା ଆୟ ବିଭିନ୍ନ ଅନାଥାଶ୍ରମକୁ ଦାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଦୀପକ କୁମାର ଦାସ, ଚନ୍ଦ୍ରଶେଖର ରାଉତ, ଅଭିସାର ସୁନ୍ଦର ସାହୁ, ରାଜସ୍ୱ ନିରୀକ୍ଷକ ନଗେନ୍ଦ୍ର ଦାସ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅଜିତ କୁମାର ବେହେରା, ପ୍ରକାଶ ନାୟକ ପ୍ରମୁଖ ପ୍ରଯୋଜକ ଓ ଅତିଥିମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଭଣ୍ଡାରି ପୋଖରୀରୁ ରାଜକିଶୋର ଜେନାଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।