ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଭକ୍ତି ପୁଷ୍ପାଞ୍ଜଳି ସାଂସ୍କୃତିକ ସଂସଦ ଓ ଜଗନ୍ନାଥ ନୃତ୍ୟ କଳାକେନ୍ଦ୍ରର ମିଳିତ ସହଯୋଗରେ ଦେବ ଦୀପାବଳୀ ଉତ୍ସବ 2024 ପାଳିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମ କୁ ଦେବୀ ମଠର ମହନ୍ତ ମହାରାଜ ରାମାନନ୍ଦ ଦାସଜୀ ମହାରାଜ ଶୁଭ ଉଦଘାଟନ କରିଥିଲେ। ସଭାପତି ହରି ମୋହନ ପଟ୍ଟନାୟକ,ଉପସଭାପତି ଲୋକନାଥ ମିଶ୍ର,ସମ୍ମାନିତ ଅତିଥି ଭାବେ ଗୁରୁ ରଘୁନାଥ ପାତ୍ର ଜୟ ଚନ୍ଦ୍ର ମହାପାତ୍ର ପ୍ରସନ୍ନ ରଥ ପ୍ରମୁଖ ଉପସ୍ଥିତ ଥିଲେ।ଜଗନ୍ନାଥ ନୃତ୍ୟ କଳାପରିଷଦର କଳାକାରମାନେ ନୃତ୍ୟ ପରିବେଷଣ କରିଥିଲେ।ସୁନାମ ଧନ୍ୟ କଣ୍ଠଶିଳ୍ପୀମାନେ ଭଜନ ପରିବେଷଣ କରିଥିଲେ।ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା।ସଂଯୋଜକ ହେମନ୍ତ ପଟ୍ଟନାୟକ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଶ୍ୟାମ ସୁନ୍ଦର ଗନ୍ତାୟତ ପରିଚାଳନା କରିଥିଲେ। ଗଜପତିରୁ ବିବେକାନନ୍ଦ ବେହେରା ।