ବ୍ରାହ୍ମଣ ମାନଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ଆନନ୍ଦ ବଜାର ବ୍ରାହ୍ମଣ କ୍ରିୟାନୁଷ୍ଠାନ କମିଟି ତରଫରୁ ଦାବି ପତ୍ର ପ୍ରଦାନ
ପୁରୀ (ସଂଘର୍ଷ ମିଡିଆ ) : ରାଜ୍ୟ ସରକାରଙ୍କ ଲକ ଡାଉନ ଘୋଷଣା ପରେ ଏବଂ କୋଭିଡ କଟକଣା ନେଇ ଶ୍ରୀମନ୍ଦିରକୁ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ବନ୍ଦ ରହିଛି। ଫଳରେ ଭକ୍ତଙ୍କ ବିନା ଆନନ୍ଦ ବଜାର ରେ ଥିବା ବ୍ରାହ୍ମଣ ମାନେ ଏବେ ଦୁର୍ଦ୍ଦଶା ରେ ଦିନ କାଟୁଛନ୍ତି। ଭକ୍ତ ଙ୍କ ଠାରୁ ଦାନ ଦକ୍ଷିଣା ପାଇ ଏବଂ ବିଭିନ୍ନ ପୂଜା କରି ନିଜର ପେଟ ପୋଷୁଥିଲେ। ତେବେ ଲକ ଡାଉନ ପରେ ଏହି ବ୍ରାହ୍ମଣ ମାନେ ନିଜର ଜୀବିକା ହରାଇ ଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ଅନ୍ୟ ସେବାୟତଙ୍କ ଭଳି ଏହି ବ୍ରାହ୍ମଣ ମାନଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ଆନନ୍ଦ ବଜାର ବ୍ରାହ୍ମଣ କ୍ରିୟାନୁଷ୍ଠାନ କମିଟି ଦାବି କରିଛି।ଏନେଇ କମିଟି ପକ୍ଷରୁ ଆଜି ଏକ ଦାବି ପତ୍ର ଶ୍ରୀମନ୍ଦିର ପ୍ରଶାସନକୁ ଦିଆଯାଇଛି।