ବୌଦ୍ଧ(ସଂଘର୍ଷ ମିଡିଆ ) : ବୌଦ୍ଧର ସ୍ଥପତି ସୁମନ ଷଡଙ୍ଗୀଙ୍କୁ ଗ୍ଲୋବାଲ ଷ୍ଟାର ଆଇକନ ଆୱାର୍ଡ ପ୍ରଦାନ କରାଯାଇଛି । ଭୁବନେଶ୍ୱରଠାରେ ଆୟୋଜିତ ଭାରତୀୟ ବୈଦିକ ସଂସ୍କୃତି ଓ ଜ୍ୟୋତିଷି ଆନ୍ତର୍ଜାତିକ ସମ୍ମିଳନୀରେ ବାସ୍ତୁ ସିଦ୍ଧାନ୍ତ ଶିରୋମଣି ଉପାଧି ସହିତ ବାସ୍ତୁ ଆର୍କିଟେକ୍ ରେ ସ୍ୱର୍ଣ୍ଣପଦକ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଡଃ. ପ୍ରସନ୍ନ କୁମାର ପାଟ୍ଟଶାଣୀ ଯୋଗଦେଇଥିବାବେଳେ ଅନ୍ୟତମ ଅତିଥି ଭାବରେ ଗୁରୁଦେବ ଜି.ଡି ବଶିଷ୍ଠ,ବିଧାୟକ ଅନନ୍ତ ନାରାୟଣ ଜେନା,ଭାରତ ରତ୍ନ ଡଃ. ପ୍ରଫେସର ପି.ଆର ହାଲଦାର, ଭାରତୀୟ ଜ୍ୟୋତିଷ ମହାସଂଘର ନିର୍ଦ୍ଦେଶକ ଡଃ. ଦିବାକରନ,ଦକ୍ଷିଣ ଏସିଆ ଜ୍ୟୋତିଷ ମହାସଂଘର ଅଧ୍ୟକ୍ଷ ଅଶୋକ ଆଚାର୍ଯ୍ୟ ଓ ସର୍ବଭାରତୀୟ ବ୍ରାହ୍ମଣ ମହାସଂଘର ସଭାପତି ପଣ୍ଡିତ ସୁବେଶ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।ରିପୋର୍ଟ, ଉଗ୍ରସେନ କର୍ମୀ, ବୌଦ୍ଧ ।