କୋରାପୁଟ (ସଂଘର୍ଷ ମିଡିଆ ) : -କୋରାପୁଟ ବୈପାରିଗୁଡାରେ ଡେପୁଟି କଲେକ୍ଟର ତଥା ନୋଡାଲ ଅଧିକାରୀ ଅର୍ଚ୍ଚନା ଦାଶ କୋଭଡି ଡ୍ରେସ ପିନ୍ଧି କୋଭିଡ଼ି ରୋଗୀଙ୍କୁ କଲେ ସଚେତନତା । ସୂଚନା ଯୋଗ୍ୟ କୋଭିଡି ସ୍ଥିତି ଅନୁଧ୍ୟାନ ଓ ସଠିକ ପରିଚାଳନା ନିମନ୍ତେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କୋରାପୁଟ ଜିଲ୍ଲାର 14ଟି ବ୍ଲକ ପାଇଁ 18 ଜଣ ଜିଲ୍ଲା ସ୍ତରୀୟ ନୋଡାଲ ଅଧିକାରୀଙ୍କୁ ଦାୟିତ୍ବ ବଣ୍ଟନ କରାଯାଇଥିଲା ବେଳେ ଡେପୁଟି କଲେକ୍ଟର ଅର୍ଚ୍ଚନାଙ୍କୁ ଛତିଶଗଡ଼ ସୀମାନ୍ତ ବୈପାରିଗୁଡାର ନୋଡାଲ ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଛି। ତେଣୁ ସେ କରୋନା ରୋଗୀଙ୍କୁ ସଚେତନତା କରିବା ଲାଗି ବୈପାରିଗୁଡାରେ ପହଁଚିଥିଲେ । ସେଠାରେ ସେ ପିପିଇ କିଟ ପିନ୍ଧି କ୍ଲଷ୍ଟର ବୁଲିଲେ, ଟିଏମସିର ଭତ୍ତିଭୂମି ଅନୁଧ୍ୟାନ କଲେ, କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପଚାରି ବୁଝିଲେ, ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଖାଦ୍ୟ, ଔଷଧ ଓ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ମିଳୁଛି କି ନାହିଁ-ପଚାରି ବୁଝିଥିଲେ। ହୋମ ଆଇସଲେସନରେ ରହୁଥିବା କରୋନା ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ମଧ୍ୟ ପଚାରି ବୁଝିଥିଲେ, କରୋନା ସଂକ୍ରମିତ ପୁରୁଷ, ଯବାନ ଓ ଗର୍ଭବତୀ ମହିଳାଙ୍କ ସହ ଆଲୋଚନା କରି ସେମାନଙ୍କର ମନୋବଳ ବଢାଇଲେ। କରୋନା ରୋଗିଙ୍କୁ କହିଲେ- ମନୋବଳ ଦୃଢ଼ କଲେ ସବୁ କିଛି ସମ୍ଭବ, ଅତି ସହଜରେ ଆମେ କରୋନାକୁ ମାତ୍ ଦେଇପାରିବା। ଏଥିରେ ଡରିବାର କିଛି ଦରକାର ନାହିଁ। ସେ କହିଥିଲେ ତାଙ୍କର ଏହି ଗସ୍ତ କେବଳ କରୋନା ରୋଗୀଙ୍କ କଥା ବୁଝିବା ପାଇଁ। ଯାହା ସେ ତଦନ୍ତ କଲେ , ସବୁ କିଛି ରିପୋର୍ଟ ଜିଲ୍ଲାପାଳଙ୍କୁ ସେ ଦେବେ। ତେବେ ଡେପୁଟି କଲେକ୍ଟର ଅର୍ଚ୍ଚନାଙ୍କ ଏହି ସାହାସିକତା କାର୍ଯ୍ୟ ପାଇଁ ଏବେ ସମସ୍ତଙ୍କ ମନରେ ଏକ ନୂତନ ଆଶା ଓ ଉନ୍ମାଦନା ଖେଳିଯାଇଛି। ଡେପୁଟି କଲେକ୍ଟର ଅର୍ଚ୍ଚନାଙ୍କ ଏଇ ନିଆରା ସଚେତନତା ବେଶ ପ୍ରଭାବ ପକେଇବ କରୋନା ରୋଗୀଙ୍କୁ ଆଶୁ ଆରୋଗ୍ୟ ଲାଭ କରିବାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଅବିଭକ୍ତ କୋରାପୁଟ ଜିଲ୍ଲାରୁ ବ୍ୟୁରୋ ଚିଫ ଜ୍ୟୋତ୍ସ୍ନା ରାଉଳ ସଙ୍ଘର୍ଷ ନ୍ୟୁଜ।