ବେଆଇନ ବାଲି ବେଝେଇ ହାଇୱା ଜବତ

47

Get real time updates directly on you device, subscribe now.

ବିରିଡି(ସଂଘର୍ଷ ମିଡିଆ ) : କୋଭିଡ19 ବା କରୋନା ସଂକ୍ରମଣ ବିରିଡି ବ୍ଲକ ଅଞ୍ଚଳରେ ବୃଦ୍ଧିପାଇବାରେ ଲାଗିଛି।ଏହାକୁ ଲକ୍ଷରଖି ବିରିଡି ତହସିଲ ପକ୍ଷରୁ ଯାଞ୍ଚ ଯାରିରହିଛି।ଆଜି ବିରିଡି ଅତିରିକ୍ତ ତହସିଲଦାର ଅଭୟ ପ୍ରତିହାରୀ ଓ ରାଜସ୍ୱ ସହାୟକ ସୂର୍ଯ୍ୟ ନାରାୟଣ ମହାନ୍ତି ପୋଲିସ ସହ ୨୨ମୌଜା ଦେବୀନନ୍ଦୀ ବନ୍ଧ ଅଲିପଡା ବାଲି ଗଡା ନିକଟରେ ଚଢ଼ାଉ କରି ବେଆଇନ ବାଲି ଚାଲାଣ କରୁଥିବା, ହାଇୱା ନଂ OD-01-Q-4805କୁ ଜବତ କରିଥିଲେ।ସେଇ ହାଇୱାର ୱାଇଫର୍ମଟି ଜାଲଥିବା ଜଣାପଢିବା ପରେ ହାଇୱା ଉପରେ ୫୦ହଜାର ଟଙ୍କା ଜରିମାନା କାରାଯାଇଛି।ଜବତ ହାଇୱାକୁ ତହସିଲ କାର୍ଯ୍ୟାଳୟ ପରିସରରେ ରଖାଯାଇଛି।ଏଠାରେ ସୂଚନା ଯୋଗ୍ୟ ଉକ୍ତ ନଦୀବନ୍ଧରେ କୌଣସି ଭାରିଯାନ ଚାଳଚଳ ନକରିବାକୁ ଜଳସେଚନ ବିଭାଗ ବିଲୁଆଖାଉ କେନାଲ ସବଡ଼ଭିଜନ ସରକାରୀ ନିର୍ବାହୀ ଯନ୍ତ୍ରୀ ବାରମ୍ବାର ବିରିଡି ତହସିଲଦାର କୁ ଅବଗତ କରାଇଥିଲେ,ମଧ୍ୟ ଉକ୍ତ ନନ୍ଦୀବନ୍ଧରେ ପ୍ରତିଦିନ ଶହଶହ ଭରିଯାନ ଚଳାଚଳ କରୁଛି।ଫଳରେ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡିଛି।ବିରିଡିରୁ ରାଖଲ ମଲ୍ଲିକଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More