ବେଆଇନ ଚିଙ୍ଗୁଡ଼ି ଘେରି ମାଫିଆଙ୍କ ଗୁଣ୍ଡାରାଜ, ଜଙ୍ଗଲ ଜମି ଓ ନଦୀ ଭିତରେ ବେଆଇନ ଚିଙ୍ଗୁଡ଼ି ଘେରି

42

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ ) :-ଜଗତସିଂହପୁର ଜିଲା ବାଲିକୁଦା ବ୍ଲକର ଅନନ୍ତ ପୁର, ବରମୁଣ୍ଡଳୀ, ତେନ୍ତୁଲି ବେଲାରୀ,କୁସୁପୁର ,ବାଲିଜୋରି ଭଳି ବିଭିନ୍ନ ସ୍ଥାନରେ ଜଙ୍ଗଲ ଜମିରେ ଚାଲିଛି ବେଆଇନ ଚିଙ୍ଗୁଡ଼ି ଘେରି।ଏହି ଘେରି ଗୁଡ଼ିକ ସେଠାକାର ଆରଆଇଙ୍କ ଇଙ୍ଗିତରେ ଚାଲୁଥିବା ସାଧାରଣରେ ଅଭିଯୋଗ ହୋଇଛି।ଏହି ଚିଙ୍ଗୁଡ଼ି ଘେରି ଦ୍ୱାରା ଧାନ ଚାଷ ହରାଇଲେଣି ଚାଷୀ।ଏପରିକି ଘରେ ମଧ୍ୟ ଦୁର୍ଗନ୍ଧରେ ଲୋକମାନେ ରହି ପାରୁନଥିବା ଅଭିଯୋଗ ହେଉଛି।ନଦୀ ଭିତରେ କୋଷ୍ଟଲ ରେଗୁଲେସନ ନିୟମକୁ ଖୋଲା ଖୋଲି ଉଲଂଘନ ସହ ଫିସୋରି ଆକ୍ଟ ମଧ୍ୟ ଖୋଲା ଉଲଂଘନ କରି ଚିଙ୍ଗୁଡ଼ି ଘେରୀ ମାଫିଆ ମାନେ ଚଳାଇଛନ୍ତି ଏକପ୍ରକାର ଦମନଲୀଳା।ରାସାୟନିକ ସାମଗ୍ରୀ ବ୍ୟବହାର ଯୋଗୁଁ ଚାଷ ଉଜୁଡି ଗଲାଣି,ମାଫିଆଙ୍କ ଉପଦ୍ରବ ଏତେମାତ୍ରାରେ ବଢ଼ି ଗଲାଣି ଯେ ବାଲିଜୋରି ଓ ଅନ୍ୟ ନଦୀ ରେ ସୁଇସ ଗେଟ ଖୋଲି ଲୁଣା ପାଣି ପୁରାଇ ଧାନ ଚାଷ ଉଜୁଡାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି।ମାନ୍ୟବର ଉଚନ୍ୟାୟଳୟ ବେଆଇନ ଚିଙ୍ଗୁଡ଼ି ଘେରିକୁ ଉଛେଦ କରିବା ଓ ସେମାନଙ୍କ ବିରୋଧରେ କ୍ରୀମିନାଲ କେଶ ରୁଜୁ କରିବାକୁ ନିର୍ଦେଶ ଦେଇଥିଲେ ମଧ୍ୟ ଜଗତସିଂହପୁର ଜିଲ୍ଲା ପ୍ରଶାସନ କଣ ପାଇଁ ଚୁପ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଯଦି କୋୖଣସି ସାଧାରଣରେ ଅଭିଯୋଗ କରନ୍ତି।ସେମାନଙ୍କୁ ସମ୍ପୃକ୍ତ ଚିଙ୍ଗୁଡ଼ି ଘେରୀ ମାଫିଆ ମାନେ ମରଣାତ୍ମକ ଆକ୍ରମଣ କରିବାକୁ ମଧ୍ୟ ପଛାଉ ନଥିବା ଅଭିଯୋଗ ହୋଇଛି।ତେବେ ଚିଙ୍ଗୁଡ଼ି ମାଫିଆ ମାନଙ୍କ ଦୌରାତ୍ମ୍ୟ ଯୋଗୁ ସାଧାରଣ ଚାଷୀ ସେମାନଙ୍କର ବେଉସା ହରାଉଥିବା ବେଳେ ଚିଙ୍ଗୁଡ଼ି ଘେରିର ବିଷାକ୍ତ ଦୁର୍ଗନ୍ଧ ଯୋଗୁଁ ଗାଁ ଲୋକେ ଘର ଛାଡିବାକୁ ବସିଲେଣି।ତେଣୁ ପରିବେଶ ପ୍ରଦୂଷଣ କୁ ଯଦି ରୋକ ନଯାଏ ଆଗମୀ ଦିନରେ ଅଞ୍ଚଳ ବାସୀ ବିଭିନ୍ନ ଦୁରାରୋଗରୁ ପଡି ବେ ବୋଲି ବୁଦ୍ଧି ଯିବି ମହଲରେ ଚିନ୍ତା ପ୍ରକଟ କରିଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ଚିଙ୍ଗୁଡ଼ି ଘେରୀକୁ ତୁରନ୍ତ ଉଛେଦ କରିବା ଓ ଘେରୀ ମାଫିଆଙ୍କ ବିରୋଧ ରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଛି। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More