ବି ଆର ଆମ୍ବେଦକରଙ୍କ ଜନ୍ମଦିନ ପାଳିତ

42

Get real time updates directly on you device, subscribe now.

କଳାହାଣ୍ଡି ( ସଂଘର୍ଷ ମିଡିଆ ) : -ବି ଆର ଆମ୍ବେଦକର ଥିଲେ ଭାରତୀୟ ସମ୍ବିଧାନର ପ୍ରଣେତା ତଥା ଦେଶର ପ୍ରଥମ ଆଇନ ମନ୍ତ୍ରୀ । ତାଙ୍କ ଜୀବନ ଯେତିକି ସଂଘର୍ଷମୟ ସେତିକି ଗରୀମା ମୟ । ବାବା ସାହେବ ଆମ୍ବେଦକର ୧୯୨୦ ରେ ଏକ ସାପ୍ତାହିକ ମରାଠୀ ଖବର କାଗଜ ଆରମ୍ଭ କରି ଜାତି ଭେଦର କଡ଼ା ସମାଲୋଚନା କରିବା ସହିତ ଅସମାନତା ବିରୋଧରେ ଲଢ଼ିବା ପାଇଁ ଆହ୍ୱାନ କରି ନିଷ୍ପେସିତ ବର୍ଗର ପ୍ରତିନିଧି ସାଜିଥିଲେ । ସମ୍ବିଧାନର ଖସଡ଼ା ପ୍ରସ୍ତୁତ କରିବା ଓ ଅଛୁଆଁ ଭେଦଭାବକୁ ବେଆଇନ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ହିନ୍ଦୁଧର୍ମରେ ଅଛୁଆଁ ଭେଦ ଭାବର ବ୍ୟାପକତା ଦେଖି ସେ ନିରାଶ ହୋଇଥିଲେ ଏବଂ ୧୯୫୬ ରେ ନାଗପୁର ଠାରେ ଦୁଇ ଲକ୍ଷ ଦଳିତଙ୍କ ସହ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ । ଏଥିପାଇଁ ତାଙ୍କୁ ଆଧୁନିକ ବୌଦ୍ଧ ଆନ୍ଦୋଳନର ସେନାପତି ମଧ୍ୟ କୁହାଯାଏ । ଆଜି ସେହି ମହାନ ବ୍ୟକ୍ତିଙ୍କ ୧୩୦ ତମ ଜନ୍ମ ଜୟନ୍ତୀ ପାଳନ ଉତ୍ସବ ଅବସରରେ ଅନୁସୂଚିତ ଜାତି ବିକାଶ ପରିଷଦ ପକ୍ଷରୁ କଳାହାଣ୍ଡି ଜିଲ୍ଲା- କଲମପୁର ବ୍ଲକ ଧାନମଣ୍ଡି ପ୍ରାଙ୍ଗଣ ଠାରେ ଭାରତ ରତ୍ନ ଡ଼ଃ. ବି.ଆର. ଆମ୍ବେଦକର ଙ୍କ ଜନ୍ମ ଦିବସ ପାଳନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୋଉଷଧି ବାଗ , ମୁଖ୍ୟବକ୍ତା ଭାବେ SC ଫେଡେରେସନର କଳାହାଣ୍ଡି ଜିଲ୍ଲା ସାଧାରଣ ସମ୍ପାଦକ ଯତୀନ୍ଦ୍ର କର , ଅନୁସୂଚିତ ଜାତି ବିକାଶ ପରିଷଦ କଲମପୁର ସଭାପତି ଲିମେଶ୍ୱର ବାଗ , ସମ୍ପାଦକ ବଳରାମ ଛତ୍ରୀଆ , ପୂର୍ବତନ ସଭାପତି କୃଷ୍ଣ ଚନ୍ଦ୍ର ନିଆଲ , ପୂର୍ବତନ ଉପ-ସଭାପତି ଶ୍ରୀକାନ୍ତ ଛତ୍ରୀଆ , ବ୍ଲକ BJD ସଭାପତି ନବୀନ କୁମାର ପଣ୍ଡା , ଆଇନଜୀବୀ ସୁଶୀଳ କୁମାର ରାଉତ , ସମାଜସେବୀ ଶତ୍ରୁଘ୍ନ ବାଗ , ଘନଶ୍ୟାମ ନାଏକ, ମାଧବ ସୁନାନୀ ପ୍ରମୁଖ ଯୋଗଦେଇ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଆମ୍ବେଦକର ଙ୍କ ଜୀବନୀ ଉପରେ ଉଦ୍ବୋଧନ ଦେଇଥିଲେ । କଳାହାଣ୍ଡି ଜିଲ୍ଲା-ଧର୍ମଗଡ଼ରୁ ଲଷ୍ମୀ ରଂଜନ ବାଗଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More