ବିଷାକ୍ତ ସାପ କାମୁଡାରେ ଯୁବକ ମୃତ

20

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନାର ସିଂସାରି ଫାଣ୍ଡି ଅଧୀନ ସିନ୍ଧିଗାଁ ଗ୍ରାମରେ ବିଷାକ୍ତ ସାପ କାମୁଡାରେ ଜଣେ ଯୁବକର ମୃତ୍ୟୁ ଘଟିଥିବା ନେଇ ମଙ୍ଗଳବାର ଡାବୁଗାଁ ଥାନାରେ ଅଭିଯୋଗ ହୋଇଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନାର ସିଂସାରି ଫାଣ୍ଡି ଅଧୀନ ସିନ୍ଧିଗାଁ ଗ୍ରାମର ବୀରବଲ ଭତ୍ରା ଙ୍କ ପରିବାର ଲୋକେ ସୋମବାର ରାତ୍ରିରେ ରାତ୍ର ଭୋଜନ ସାରି ଶୋଇଥିଲେ | ରାତ୍ର ପ୍ରାୟ ୨ ଘ. ସମୟ ହେବ ବୀରବଲ ଙ୍କ ପୁଅ ଧନିରାମ ଭତ୍ରା (୩୯) ଙ୍କ ଡାହାଣ ହାତର କହୁଣିରେ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା | ଧନିରାମ କଣ ଗୋଟେ କାମୁଡି ଦେଲା ବୋଲି ପାଟି କରିଥିଲେ | ପାଟି ଶୁଣି ପରିବାର ଲୋକେ ଉଠି ଦେଖିଥିଲେ ଯେ ଘର ଭିତରେ ଏକ ବିଷାକ୍ତ ସାପ ରହିଛି | ସଙ୍ଗେ ସଙ୍ଗେ ପରିବାର ଲୋକେ ଧନିରାମ ଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ | ସେଠାରେ ଚିକିତ୍ସା ପରେ ତାଙ୍କ ଅବସ୍ଥା ଗୁରୁତ୍ତର ହେବାରୁ ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରଯାଇଥିଲା | ମଙ୍ଗଳବାର ପୂର୍ବାହ୍ନ ୧୧ ଘ. ସମୟରେ ଚିକିତ୍ସାଧୀନ ଅବସ୍ଥାରେ ଧନିରାମ ଙ୍କ ମୃତ୍ୟୁ ଘଟିଛି | ଏନେଇ ମୃତକର ମାମୁଁ ପୁଅ ଭାଇ ଗୁରୁବାରୁ ଭତ୍ରା ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା ଏଏସଆଇ ଗୋପାଳକୃଷ୍ଣ ହାଲୱା ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ | ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକ ଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ ୨୧/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More