ବିଷଧର ସାପ କାମୁଡାରେ ଚାଲିଗଲା ୨ ଭାଇ ଭଉଣୀଙ୍କ ଜୀବନ

40

Get real time updates directly on you device, subscribe now.

ଆଳି (ସଂଘର୍ଷ ମିଡିଆ ) : ବାହାରେ ବୁଲୁଛି କରୋନା ଘର ଭିତରେ ଜୀବନ ନେଉଛି ବିଷଧର ସାପ। କେନ୍ଦ୍ରାପଡା ଆଳି ବ୍ଲକ ଗୋବିନ୍ଦପୁର ଗ୍ରାମର ଅରୁଣ କୁମାର ଦାସଙ୍କ ପରିବାରରେ ଘଟିଜାଇଛି ଏକ ହୃଦୟ ବିଦାରକ ଦୁଃଖଦ ଘଟଣା। ଆସନ୍ତା କାଲି ସଂନ୍ଧ୍ୟା ସମୟରେ ଝଡବର୍ଷା ହେଉଥିବାରୁ ଗୋବିନ୍ଦପୁର ଗ୍ରାମର ଅରୁଣ କୁମାର ଦାସଙ୍କ ୧୧ ବର୍ଷର ପୁଅ ଅଭିଷେକ ଦାସ ଓ ୩ ବର୍ଷର କୁନିଝିଅ ଭୂମିକା ଦାସ ସେହି ଝଡବର୍ଷା ସମୟରେ ନିଜ ଘରେ ସୋଇଥିବା ସମୟରେ ଏକ ବିଷଧର ସାପ କାମୁଡିଦେଇଥିଲା। ପୁଅ ଅଭିଷେକ ଘରଲୋକଙ୍କୁ ଜଣାଇଥିଲେ ଏକଥା ସୁଣି ଅଭିଷେକକୁ ତୁରନ୍ତ ବିଞ୍ଝାରପୁର ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେଇ ଥିଲେ, ଅବସ୍ଥା ଗୁରୁତର ହେବାରୁ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଡାକ୍ତର ଅଭିଷେକକୁ ଦେଖି ମୃତ ଘୋଷଣା କରିଥିଲେ। ଏ ପଟରେ ୩ ବର୍ଷର କୁନିଝିଅକୁ ଶାପ କାମୁଡି ଥିବାର ପରିବାର ଲୋକେ ଜାଣିପାରି ନଥିଲେ କିଛି ସମୟ ପରେ ଝିଅର ପାଟିରୁ ନାଳ ବାହାରିବା ସହିତ ପେଟରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ପରିବାର ଲୋକମାନେ ବୁଝିବା ସମୟରେ ୩ ବର୍ଷର କୁନିଝିଅ ଭୂମିକା ସବୁଦିନ ପାଇଁ ଆଖି ବୁଜିଦେଲେ ଏ ଖବରସୁଣି ଗ୍ରାମରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା। ଆବାଳ ବୃଦ୍ଧ ଠାରୁ ଜୁବକ ପଯ୍ୟନ୍ତ ସମସ୍ତଙ୍କ ଆଖିରୁ ଅର୍ଶୁ ବାହାରିବାର ଦେଖିବାକୁ ମିଳିଥିଲା। ସେହି କୋମଳ ଶିଶୁ ଦୁହିଁଙ୍କ ସବୁକୁ ପୋଷ୍ଟମୋଟମ ପାଇଁ ପଠା ଯାଇଛି।(ଆଳି ରୁ ସୂର୍ଯ୍ୟ ନାରାୟଣ ଦାଶ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍)

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More