ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ କାଠ ପହଞ୍ଚିଲା

46

Get real time updates directly on you device, subscribe now.

ପୁରୀ (ସଂଘର୍ଷ ମିଡିଆ ) : ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଚତୁର୍ଥ ପର୍ଯ୍ୟାୟରେ ବୌଦ୍ଧରୁ ୪୫ଖଣ୍ଡ ଅସନ ଓ ଧଉରା କାଠ ପହଁଚିଲା।ଗତକାଲି ନୟାଗଡ ବନଖଣ୍ଡରୁ ତୃତୀୟ ପର୍ଯ୍ୟାୟରେ ୧୭ଟି ଧଉରା ଓ ଅସନ କାଠ ଆସିଥିଲା। ଚଳିତବର୍ଷ ରଥଯାତ୍ରା ପାଇଁ ମୋଟ 865 ଖଣ୍ଡ କାଠ ଆବଶ୍ୟକ ଥିବାବେଳେ ପୂର୍ବ ବର୍ଷର 69 ଖଣ୍ଡ କାଠ ବଳକା ରହିଛି। ତେଣୁ ଚଳିତ ରଥଯାତ୍ରା ପାଇଁ 796 ଖଣ୍ଡ କାଠର ଆବଶ୍ୟକତା ରହିଛି। ତେବେ 796ଖଣ୍ଡରୁ ଆଜି ପର୍ଯ୍ୟନ୍ତ ମୋଟ ୧୨୪ଖଣ୍ଡ ବର୍ତମାନ ସୁଦ୍ଧା ପୁରୀରେ ପହଂଚିଥିବା ବେଳେ ବଳକା କାଠ ପର୍ଯ୍ୟାୟ କ୍ରମେ ଆସି ପହଞ୍ଚିବ | ତେବେ ଗତ ସରସ୍ୱତୀ ପୂଜା ଦିନ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ତିନୋଟି କାଠକୁ ପାରମ୍ପରିକ ବିଧିରେ ପୂଜାର୍ଚ୍ଚନା କରାଯାଇଥିଲା | ଆସନ୍ତା ଅକ୍ଷୟ ତୃତୀୟା ଦିନ ତିନି ରଥ ନିର୍ମାଣର ଶୁଭାରମ୍ଭ ହେବାର ବିଧି ରହିଛି। ତିନିରଥ ନିର୍ମାଣ ପାଇଁ ପରମ୍ପରା ଅନୁଯାୟୀ ଶ୍ରୀରାମ ନବମୀ ଠାରୁ କଟକ ସ୍ଥିତ ଖପୁରିଆ କରତକଳରେ ରଥକାଠ ଚିରଟ ପ୍ରକ୍ରିୟା ଆରମ୍ଭ ହୋଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More