କଳାହାଣ୍ଡି(ସଂଘର୍ଷ ମିଡିଆ ) : କାଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବେହେରାପାଟି ଠାରେ ଥିବା କୃଷି ଜିଲ୍ଲା କାର୍ଯ୍ୟାଳୟ ବର୍ତ୍ତମାନ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଥିବା ଦେଖିବାକୁ ମିଳୁଛି। ଉକ୍ତ କାର୍ଯ୍ୟାଳୟ ଟି ୩୦ ବର୍ଷ ତଳେ ଚାରିଗୋଟି ବ୍ଲକ ଯଥା ନର୍ଲା, ଲାଞ୍ଜିଗଡ଼, ମ. ରାମପୁର,ଓ କର୍ଲାମୁଣ୍ଡା କୁ ନେଇ କୃଷି ଜିଲ୍ଲା ମୁଖ୍ୟାଳୟ ଗଠିତ। ବର୍ତ୍ତମାନ କାଳାହାଣ୍ଡି ଜିଲ୍ଲାରେ ଜଣେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଥିବା ବେଳେ ଜିଲ୍ଲା କୁ ଚାରିଗୋଟି କୃଷି ଜିଲ୍ଲା ଭାବରେ ବିଭକ୍ତ କରାଯାଇଛି ଯଥା ଭବାନୀପାଟଣା,ଜୁନାଗଡ଼,ଧର୍ମଗଡ଼ ଓ ନର୍ଲା ତନ୍ମଧ୍ୟରୁ ଅନ୍ୟତମ ଏଠି ଜଣେ କୃଷି ଜିଲ୍ଲା ଅଧିକାରୀ ଙ୍କ ଅଧୀନରେ ଚାରିଗୋଟି ବ୍ଲକ ର ବିଭାଗୀୟ ସମସ୍ତ କାର୍ଯ୍ୟ ସମ୍ପାଦନ ହୋଇଥାଏ କିନ୍ତୁ ପରିତାପର ବିଷୟ ଦିର୍ଘ ୩୦ ବର୍ଷ ତଳେ ନିର୍ମିତ କାର୍ଯ୍ୟାଳୟ ଟି ରକ୍ଷଣବେକ୍ଷଣ ଓ ମରାମତି ର ଅଭାବ ରୁ କୃଷକ ଙ୍କ ସୁରକ୍ଷା ଓ ସେବା ଯୋଗାଉଥିବା କାର୍ଯ୍ୟାଳୟ ଟି ନିଜେ ଜରାଜୀର୍ଣ୍ଣ ଭଗ୍ନ ନଗ୍ନ ଅବସ୍ଥାରେ ପଡିରହିଥିବାରୁ କୃଷିଜୀବୀ କୃଷକ ଙ୍କ ମହଲରେ ଘୋର ଉଦ୍ ବେଗ ପ୍ରକାଶ ପାଇଛି ।ଏଣୁ ଏହାର ପ୍ରକୃତ ତଥ୍ୟ ଜାଣିବା ପାଇଁ ଆମ ପ୍ରତିନିଧି ଉକ୍ତ କାର୍ଯ୍ୟଳୟ ରେ ପହଞ୍ଚି ସମସ୍ତ ତଥ୍ୟ ପଚାରି ବୁଝିଥିଲେ। ତାର ପ୍ରକୃତ ରହସ୍ୟ ହେଲା ଯେ ଯେହେତୁ ଉକ୍ତ କାର୍ଯ୍ୟାଳୟ ଟି ନିର୍ମାଣ ଦାୟିତ୍ବ ରେ ଥିବା ଗ୍ରାମ୍ୟ ନିର୍ମାଣ ଡିଭିଜନ ନିର୍ବାହୀ ଯନ୍ତ୍ରୀ କେସିଙ୍ଗା କାଳାହାଣ୍ଡି ଙ୍କ ଅଧୀନରେ ଥିବାରୁ ସେ ବିଭାଗ ଉକ୍ତ କାର୍ଯ୍ୟଳୟ ଟି କୁ ଅସୁରକ୍ଷିତ ଘୋଷଣା ନ କଲେ କୃଷି ବିଭାଗ ରେ ଅର୍ଥ ବରାଦ ଥିଲେ ମଧ୍ୟ କୃଷି ବିଭାଗ ଉକ୍ତ କାର୍ଯ୍ୟାଳୟ କୁ ଭାଙ୍ଗି ପାରୁନାହିଁ। କିମ୍ବା ନୂତନ କାର୍ଯ୍ୟାଳୟ ନିର୍ମାଣ କରି ପାରୁ ନ ଥିବା ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଏ ନେଇ କୃଷି ବିଭାଗ ପକ୍ଷରୁ ୨୦୦୦ ମସିହା ଠାରୁ ୨୦୧୭ ମସିହା ପର୍ଯ୍ୟନ୍ତ ଗ୍ରାମ୍ୟ ନିର୍ମାଣ ନିର୍ବାହୀ ଯନ୍ତ୍ରୀ କେସିଙ୍ଗା ଙ୍କୁ ଜିଲ୍ଲା କୃଷି କାର୍ଯ୍ୟାଳୟ ନର୍ଲା କୁ ଅସୁରକ୍ଷିତ ଘୋଷଣକରିବା ପାଇଁ ବିଭିନ୍ନ ସମୟରେ ବାରମ୍ବାର ୯ ଗୋଟି ଚିଠି ଲେଖା ଯାଇଥିଲେ ମଧ୍ୟ ଗ୍ରାମ୍ୟ ନିର୍ମାଣ ବିଭାଗ ନିର୍ବାହୀ ଅଧିକାରୀ ଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନାହିଁ। ସେପଟେ ଉକ୍ତ କାର୍ଯ୍ୟାଳୟଟି ଅତି ବିପଦ ସଂକୁଳ ଅବସ୍ଥାରେ ଥିବାରୁ ଅଧିକାରୀ ଓ କର୍ମଚାରୀ ମାନେ ନିଜ ଜୀବନ କୁ ବାଜି ଲଗେଇ ଭଗବାନ ଙ୍କ ଭରଷା ରେ ଭିତରେ କାର୍ଯ୍ୟ କରୁଥିବା ମତ ବ୍ୟକ୍ତ କରିଛନ୍ତି ।ଏବଂ ଉକ୍ତ କାର୍ଯ୍ୟାଳୟ ଟି କେତେ ବେଳେ ଯେ ଗଲିପଡି ଧନଜୀବନ ନଷ୍ଟ ହେବ ତାହା କହି ହବନି। ଏଣୁ ଏଥି ପ୍ରତି ରାଜ୍ୟ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେଇ ଏହାର ଉଚିତ୍ ପଦକ୍ଷେପ ନିଅନ୍ତୁ ବୋଲି କୃଷକ ମହଲରେ ଦାବି ହେଉଛି। କଳାହାଣ୍ଡି ଜିଲ୍ଲାରୁ କେମେରା ମେନ୍ ରାଜଶଙ୍କ ସହିତ ଭିଷ୍ମ ସାହୁଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍ ।।