କୋରାପୁଟ (ସଂଘର୍ଷ ମିଡିଆ ) : କୋରାପୁଟ ଜିଲ୍ଲା ଜୟପୁର ସହରରେ ମହାମାରୀ କରୋନା ବେଳେ ଲୋକଙ୍କ ଅସୁବିଧା ଦୂର କରିବା ନିମନ୍ତେ ବିଧାୟକ ତାରା ବାହିନୀପତି ଆରମ୍ଭ କରିଛନ୍ତି ଵିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ। ଯାହାକୁ ସାଧାରଣ ଲୋକେ ଭୁରି ଭୂରି ପ୍ରଶଂଶା କରିଛନ୍ତି। ଜୟପୁର ବାସୀଙ୍କ ଦୀର୍ଘ ଦିନର ଇଛାକୁ ପୂରଣ କରିଛନ୍ତି ବିଧାୟକ। ଜୟପୁର ସହରର ୨୬ ନଂ ଜାତୀୟ ରାଜପଥକୁ ସୌନ୍ଦର୍ଯ୍ୟ କରଣ କରିବା ପାଇଁ ବିଧାୟକ ଶ୍ରୀ ତାରା ବାହିନୀପତି ଏବଂ ଜୟପୁର କୃଷି ଉଦ୍ୟାନ ନିର୍ଦ୍ଦେଶକ ସଞ୍ଜୀବ କୁମାର ମହାଁନ୍ତଙ୍କ ମିଳିତ ସହଯୋଗରେ ଏକ ଲକ୍ଷ 55 ହଜାର ଟଙ୍କା ବ୍ୟୟରେ ଜୟପୁର ମୁଖ୍ୟ ଟ୍ରାଫିକ୍ ଛକରୁ ଗାନ୍ଧି ଛକ ଯାଏଁ ସୌନ୍ଦର୍ଯ୍ୟକରଣ ଚାରା ରୋପଣ କରାଯାଇଛି। ବିଧାୟକ ଶ୍ରୀ ବାହିନୀପତିଙ୍କ ଅଧକ୍ଷତାରେ କୋରନା ମହାମାରୀ ବେଳେ ଅସୁସ୍ଥ ତଥା କୋରନା ଟିକା ନେଉଥିବା ଲୋକ ରକ୍ତ ଦାନ କରିପାରୁନଥିବା ସ୍ଥଳେ ରକ୍ତର ଅଭାବକୁ ଦୂର କରିବା ପାଇଁ କୋରାପୁଟ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଜୟପୁର କଂଗ୍ରେସ ଭବନରେ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର ଆୟୋଜନ କରି ରକ୍ତର ଅଭାବ ପୁରଣ କରାଯାଇଛି । ଏହି ପରିପ୍ରେକ୍ଷୀରେ ବିଧାୟକ ଶ୍ରୀ ବାହିନୀପତି “ରକ୍ତ ଦାନ, ମହତ ଦାନ, ଆଉ ରକ୍ତ ବଞ୍ଚାଏ କୋଟିଏ ପ୍ରାଣ” ବୋଲି କହି ରକ୍ତଦାନ ର ମହତ ବିଷୟରେ ରକ୍ତଦାତାଙ୍କୁ ବୁଝାଇ ରକ୍ତ ଦେବାକୁ ଉତ୍ସାହିତ କରିଥିଲେ । କେବଳ ସେତିକି ନୁଁହେ, କୋରନା ସଂକ୍ରମଣ ଭୟରେ ଲୋକେ ଘରୁ ବାହାରୁ ନଥିବା ବେଳେ ଦୈନନ୍ଦିନ ଜୀବନକୁ ସ୍ୱାଭାବିକ କରିବା ପାଇଁ ଅତ୍ୟାବଶ୍ୟକ ସାମଗ୍ରିର କ୍ରୟ କରିବା ନିମନ୍ତେ ବେସରକାରୀ ବ୍ୟାଙ୍କ ଏଚ.ଡି.ଏଫ.ସି ର ଏକ ମୋବାଇଲ ଏ.ଟି.ଏମ୍. ର ଶୂଭ ଉଦଘାଟନ କରିଛନ୍ତି । ଯଦ୍ୱାରା ଏହି ମୋବାଇଲ ଏ.ଟି.ଏମ୍ ସାହି ସାହି ଓ ଗାଁ ଗାଁ ବୁଲି ଲୋକଙ୍କ ପାଖରେ ପହଁଚିବ । ଲୋକ ବଜାରକୁ ନଆସି ଏହି ମୋବାଇଲ ଏଟିଏମ ଦ୍ୱାରା ଟଙ୍କା ଉଠାଇ ଆବଶ୍ୟକ ଖର୍ଚ୍ଚ କରିପାରିବେ। ଏହା ସହିତ ସେ ଲଗାତାର ୪ ଦିନ ଧରି ଜୟପୁର ଦୈନିକ ବଜାର, ମହାତ୍ମା ଗାନ୍ଧି ମାର୍ଗ ଓ ବେଲ ରୋଡ ରେ ଅସହାୟ , ଏବଂ ନିଃସହାୟ ଜନତାଙ୍କୁ ମାସ୍କ ବାଣ୍ଟି ଲୋକଙ୍କୁ କୋରନା ମହାମାରୀରୁ ରକ୍ଷା ପାଇବା ପାଇଁ ସେଚେତନ କରାଇଛନ୍ତି । ବିଧାୟକଙ୍କ ସହ ଏଥିରେ କୋରାପୁଟ ଜିଲ୍ଲା କଂଗ୍ରେସ କୋଷାଦକ୍ଷ ଇଂ. ନିହାର ରଞ୍ଜନ ବିଶୋଇ, ଜୟପୁର ନଗର କଂଗ୍ରେସ ସଭାପତି ନରେନ୍ଦ୍ର କୁମାର ମହାନ୍ତି, ବ୍ଲକ୍ କଂଗ୍ରେସ ସଭାପତି ବସନ୍ତ ନାୟକ, ଏ.ରମେଶ ଚିନ୍ନୁ ଓ ଦେବାଶିଷ ପଣ୍ତା ଏବଂ ତାଙ୍କ ସହଯୋଗୀ ଉପସ୍ଥିତ ରହି ସାମଜିକ ଦୂରତା ରକ୍ଷା କରି ମାସ୍କ ବଣ୍ଟନ କରିଥିଲେ। ବିଧାୟକ ଶ୍ରୀ ବାହିନୀପତି ଲୋକଙ୍କୁ ବୁଝାଇଥିଲେ କି, ସମସ୍ତେ ଘରେ ରୁହନ୍ତୁ, ଅତି ଆବଶ୍ୟକ ହେଲେ ବାହାରକୁ ଯାଆନ୍ତୁ, ମାସ୍କ ଓ ସାନିଟାଇଜର ବ୍ୟବହାର କରନ୍ତୁ, ସମାଜିକ ଦୂରତା ରକ୍ଷା କରନ୍ତୁ , ତେବେ ଯାଇ କରୋନାକୁ ଜିତିପାରିବା। ତେବେ ବିଧାୟକ ଶ୍ରୀ ତାରା ବାହିନୀପତିଙ୍କ ଏଭଳି କାର୍ଯ୍ୟଦକ୍ଷତା ବେଶ ଆନନ୍ଦ ଦେଇଛି ଜୟପୁର ବାସୀଙ୍କ ମନରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।ଅବିଭକ୍ତ କୋରାପୁଟ ଜିଲ୍ଲାରୁ ଜ୍ୟୋତ୍ସ୍ନା ରାଉଳଙ୍କ ରିପୋର୍ଟ ସଙ୍ଘର୍ଷ ନ୍ୟୁଜ ।