ବିଧାୟକ ଓ ପ୍ରଶାସନର ହସ୍ତକ୍ଷେପ ପରେ ନୂଆସାହି ଗ୍ରାମରୁ ଉଠିଲା ଶବ

47

Get real time updates directly on you device, subscribe now.

ବଡ଼ମ୍ବା(ସଂଘର୍ଷ ମିଡିଆ ) : ଦୀର୍ଘ ସମୟର ବ୍ୟବଧାନ ଅର୍ଥାତ ୧୪ଘଣ୍ଟା ପରେ ଘରେ ପଡିରହିଥିବା ବୃଦ୍ଧଙ୍କ ଶବ ବିଧାୟକ ଓ ସ୍ଥାନୀୟ ପ୍ରଶାସନର ହସ୍ତକ୍ଷେପ ପରେ ଉଠିଲା। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ବଡମ୍ବା ବ୍ଲକ ଅନ୍ତର୍ଗତ ଗୋପପୁର ପଞ୍ଚାୟତର ନୂଆସାହି ଗାଁରେ। ଏହି ଗ୍ରାମର ଭାଗବତ ସାହୁ ବୟସ ୮୦ ଗତକାଲି ବିଳମ୍ବିତରାତିରେ ବାର୍ଧକ୍ୟଜନିତ ଅସୁସ୍ଥତା କାରଣରୁ ତାଙ୍କର ମୃତ୍ୟୂ ହୋଇଥିଲା।ପୂର୍ବରୁ ତାଙ୍କର ପୁଅ ବୋହୂ ନାତି ସମସ୍ତେ କରୋନାରେ ଆକ୍ରାନ୍ତହୋଇ ବଡମ୍ବା କୋଭିଡ ସେଣ୍ଟରରେ ଚିକିସ୍ରା ହେଉଥିବାବେଳେ ସେ ତାଙ୍କ ଘରେ ରହୁଥିଲେ। ପାଖରେ ତାଙ୍କର ସେବା କରିବା ପାଇଁ ନାତୁଣି ଅର୍ଚ୍ଚନା ରହୁଥିଲେ।ଏହାପରେ ମୃତ୍ୟୂ ହୋଇଥିବା ଖବର ଶୁଣି ଗାଁର ଲୋକମାନେ କରୋନା ହେଇଥିବ ସନ୍ଦେହକରି ଭୟଭିତ ହୋଇ ଉକ୍ତ ବୃଦ୍ଧଙ୍କର ଶବ ଉଠାଇନଥିଲେ। ପରେ ଏସଂପର୍କରେ ସ୍ଥାନୀୟ ବିଧାୟକ ଶ୍ରୀ ଦେବୀପ୍ରସାଦ ମିଶ୍ର ଖବର ପାଇ ଆଜି ସକାଳୁ ଘଟଣାସ୍ଥଳରେ ପହଞ୍ଚି ନିଜେ ଉପସ୍ଥିତ ରହି ସ୍ଥାନୀୟ ପ୍ରଶାସନକୁ ଜଣାଇବା ପରେ ବଡମ୍ବା କୋଭିଡ କେୟାରର ଦାୟିତ୍ବରେ ଥିବା ଡା.ଉଦୟଜ୍ୟୋତି ମଲ୍ଲିକ ନିଜର ଟିମନେଇ ଘଟଣାସ୍ଥଳରେ ପହଞ୍ଚି କୋଭିଡ ନିୟମାନୁଯାୟୀ ଶବ ଉଠାଇନେଇ ସ୍ଥାନୀୟ ଶ୍ମଶାନରେ ଶବଦାହ କରାଇଥିଲେ। ଏଥିରେ ସ୍ଥାନୀୟ ବ୍ଲକ ବିଜେଡି ସଭାପତି ରବିନ୍ଦ୍ର ସାହୁ ତଥା ପ୍ରମୁଖ ବହୁ ଆଗଧାଡ଼ିର ବିଜେଡ଼ି ନେତା ଉପସ୍ଥିତ ରହି ଶବ ବ୍ୟବଚ୍ଛେଦ ପ୍ରକିୟାରେ ଭାଗ ନେଇଥିଲେ। ବିଧାୟକଙ୍କ ଏହି ମହ।ମାରି ସମୟରେ ଜଣେ ୮୦ବର୍ଷ ବୟସର ବୃଦ୍ଧଙ୍କ ଶବ ନେଇ ସ୍ମଶାନ ଯିବା ଏବଂ ବ୍ୟବଚ୍ଛେଦ କରିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚା ଜୋର ଧରିବା ସହ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More