ବିଧାନସଭାରେ ଚପଲ ମାଡ଼ ପ୍ରସଙ୍ଗ , ମତ ରଖିଲେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ

48

Get real time updates directly on you device, subscribe now.

ବରଗଡ ( ସଂଘର୍ଷ ମିଡିଆ ) : ବରଗଡ଼ ଜିଲ୍ଲାର ନୃସିଂହନାଥ ଯାତ୍ରୀ ନିବାସ ଠାରେ ପଶ୍ଚିମ ଓଡ଼ିଶା ୱେବ ମିଡିଆ ଏସୋସିଏସନ ତରଫରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଯୋଗ ଦେଇଥିଲେ। ସାମ୍ବାଦିକ ସମ୍ମିଳନୀ ରେ ଭେଟିଥିଲେ ଆମ ପ୍ରତିନିଧି ଯୁଧିଷ୍ଠିର ବାରିକ ପ୍ରଦୀପ ପୁରୋହିତଙ୍କୁ। ଏବଂ ପ୍ରତିକ୍ରିୟା ଦେଇଛନ୍ତି ଶ୍ରୀ ପୁରୋହିତଙ୍କ ଯେ ବିଧାନସଭା ଭଳି ପବିତ୍ର ଗୃହରେ କାହିଁକି ବିଜେପି ବିଧାୟକ ମାନେ ବାଚସ୍ପତିଙ୍କ ଉପରକୁ ଚପଲ ମାରିଲେ। ସେ କହିଛନ୍ତି ଯେ ବିରୋଧୀ ଦଳଙ୍କ କଥା ଶୁଣା ଯାଉନାହିଁ ବିଧାନ ସଭାରେ। ମନମୁଖୀ କାର୍ଯ୍ୟ ଚାଲିଛି। କହିବାକୁ ସୁଯୋଗ ଦିଆଯାଉ ନାହିଁ ବିରୋଧୀଙ୍କୁ। ବିଧାନସଭାରେ ବହୁତ ବଡ଼ ଭୂମିକା ରହିଥାଏ ବିରୋଧୀ ଦଳର। ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ପ୍ରତିକ୍ରିୟାରୁ ଜଣାପଡୁଛି ଯେ ଓଡ଼ିଶାରେ ଏକ ଛତ୍ରବାଦ ସରକାର ଚାଲିଛି। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ନିରପେକ୍ଷ ରହିବା କଥା। ସବୁ ଦଳର କଥା ଶୁଣିବା କଥା, ହେଲେ କାହା ଚାପରେ ବିରୋଧୀ ଦଳର କଥା ଶୁଣୁ ନାହାଁନ୍ତି। ଏହା ଏକ ବଡ଼ ପ୍ରଶ୍ନ। କି ନିଜର ଅଯୋଗ୍ୟତା ହେତୁ ଅସହାୟ ସେ ନିଜେ ହିଁ ତାଙ୍କର କଥା ବୁଝୁଥିବେ ହେଲେ ପ୍ରକାଶ କରି ପାରୁନାହାନ୍ତି। ଦ୍ଵିତୀୟ କଥା ଟି ହେଲା ଯେ ବିଜେପି ବିଧାୟକ ମାନେ ବାଚସ୍ପତିଙ୍କ ଉପରକୁ ଚପଲ ମାରିବା ଛଡ଼ା ଅନ୍ୟ ବିକଳ୍ପ ରାସ୍ତା ନଥିଲା କି? ଏହା ବିଧାନ ସଭାରେ ଏ ଅପ୍ରିତୀକର ସୃଷ୍ଟି ଟି ଅପରାଧ ନୁହେଁ କି? ଏପରି ଅନେକ ପ୍ରଶ୍ନ ଉଠୁଛି। ଯଦି ମୁଖ୍ୟମନ୍ତ୍ରୀଙ୍କ ସତସାହସ ଅଛି ଗିରଫ କରିବାର ସାହାସ ଦେଖାନ୍ତୁ। ରାଜବୋଡାସମ୍ବର ବ୍ଲକ ଅଧ୍ୟକ୍ଷ ଜଣେ ଏଇଇ ଙ୍କୁ ଗୋଟିଏ ଚାପୁଡା ମାରି ପାଞ୍ଚ ଦିନ ଜେଲ ଗଲେ। ଅଧ୍ୟକ୍ଷଙ୍କୁ ଗିରଫ କରିବାରେ ପୂରା ବଳ ପ୍ରୟୋଗ କଲା ବିଜେଡି। ବିଧାନସଭା ରେ ଗୋଟିଏ ଚପଲରେ କେତେ ଦିନ ଜେଲ ହେବ ତାହା ଦେଖିବାକୁ ବାକି ରହିଲା। ତାହେଲେ ଆସନ୍ତୁ ଶୁଣିବା କଣ କହୁଛନ୍ତି ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ। ବରଗଡ଼ରୁ ଯୁଧିଷ୍ଠିର ବାରିକଙ୍କ ରିପୋର୍ଟ ସଂଘର୍ଷ ନ୍ଯୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More