ଭଦ୍ରକ ( ସଂଘର୍ଷ ମିଡିଆ ) : ଭଦ୍ରକ ଜିଲ୍ଳା କଂଗ୍ରେସ ପକ୍ଷରୁ ରାଜ୍ୟରେ ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦ ଓ ଏହାକୁ ପ୍ରତ୍ୟାହାର ଦାବିରେ ବିଦ୍ୟୁତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଓ ପ୍ରତିବାଦ ସଭା କରାଯାଇଛି । ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସଙ୍କ ନେତୃତ୍ବରେ ଜିଲ୍ଲା କଂଗ୍ରେସର କର୍ମକର୍ତ୍ତା ଆଜି ବିଦ୍ୟୁତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଓ ପ୍ରତିବାଦ ସଭା କରାଯାଇଛି । ରାଜ୍ୟରେ ଟାଟା ବିଦ୍ୟୁତ ବିତରକ ସଂସ୍ଥା ନେବା ପର ଠାରୁ ଏହା ମଧ୍ୟରେ ୟୁନିଟ ପିଛା ଗତ 7 ମାସ ମଧ୍ୟରେ ଦୁଇ ଥରରେ 50 ପଇସା ବୃଦ୍ଧି ପାଇଛି । ଗତଥର 20 ପଇସା ଓ ଏହି ଏପ୍ରିଲ ମାସରେ 30 ପଇସା ବୃଦ୍ଧି ପାଇଛି । ଓଡିଶାରେ ବିଦ୍ୟୁତ ଉତ୍ପାଦନ ହେଉଥିବା ବେଳେ କିପରି ବିଦ୍ୟୁତ ଦର ବୃଦ୍ଧି ପାଉଛି ଏହାକୁ ନେଇ କଂଗ୍ରେସ ଏହା ବିରୁଦ୍ଧରେ ସ୍ବର ଉତ୍ତୋଳନ କରିଛି । ଓଡିଶାରେ ବିଦ୍ୟୁତ ଉତ୍ପାଦନ ହେଉଥିବା ବେଳେ 200 ୟୁନିଟ ବ୍ୟବହାର କରୁଥିବା ପ୍ରତ୍ୟେକ ଉପଭୋକ୍ତା ୟୁନିଟ ପିଛା ଟ. 5. 60 ପଇସା ଓ 400 ୟୁନିଟ ବା ତତୁର୍ଦ୍ଧ୍ବ ବିଦ୍ୟୁତ ବ୍ୟବହାର ପାଇଁ ୟୁନିଟ ପିଛା ଟ 6.20 ଦେବାକୁ ପଡୁଛି । ଏହି ପ୍ରତ୍ୟେକ ବର୍ଗର ଉପଭୋକ୍ତା ପାଇଁ ଅସହ୍ୟ । ଜିଲ୍ଲା କଂଗ୍ରେସ ପକ୍ଷରୁ ଏହାର ପ୍ରତିବାଦ ଏକ ଦାବି ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବିଦ୍ୟୁତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରଯାଇଛି ।