ଚୌଦ୍ଵାର ( ସଂଘର୍ଷ ମିଡିଆ ) : ବରଯାତ୍ରୀ କାର ପିଟିଲା ୧୧ KV ବିଦ୍ୟୁତ ଖୁଣ୍ଟରେ । ଘଟଣାରୁ ପ୍ରକାଶ କଟକରୁ ଏକ ବରଯାତ୍ରୀ ଟାଟା ନେକସଁନ କାର ଚୌଦ୍ଵାରକୁ ଆସୁଥିଲେ । ଚୌଦ୍ଵାର ପ୍ରବେଶ ଏଆରସି ପମ୍ପ ହାଉସ ନିକଟରେ ଗାଡିଟି ଏକ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଥିଲା । ଗାଡିର ବେଗ ଏତେ ଜୋର ଥିଲା କାରର ସମ୍ମୁଖ ଭାଗ ସମ୍ପୂର୍ଣ ନଷ୍ଟ ହୋଇଥିବା ବେଳେ ବିଦ୍ୟୁତ ଖୁଣ୍ଟ ଅର୍ଦ୍ଧାଧିକ ବଙ୍କା ହୋଇଜାଇଛି । ଗାଡିଚାଳକ ଅତ୍ୟଧିକ ମଦ୍ୟପାନ କରିଥିବାରୁ ଏପରି ଘଟଣା ଘଟିଲା ବୋଲି ପ୍ରତ୍ୟକ୍ଷ ଦର୍ଶୀ କହିଛନ୍ତି । ବରଯାତ୍ରୀ ଆହତ ହୋଇଥିବା ବେଳେ ମୃତ୍ୟୁ ମୁଖରୁ ବଂଚିଯାଇଛନ୍ତି । ତେବେ ପ୍ରଶାସନ ପକ୍ଷରୁ ବରାଯାତ୍ରୀଙ୍କ ପାଇଁ କୌଣସି କଟକଣା ରହୁ ନଥିବରୁ ବାରମ୍ବାର ଦୁର୍ଘଟଣା ଘଟୁଛି ବୋଲି ସ୍ଥାନିୟ ଲୋକ କହିଛନ୍ତି ।