ଭଦ୍ରକ (ସଂଘର୍ଷ ମିଡିଆ ) : ଭଣ୍ଡାରି ପୋଖରୀ ବ୍ଲକ୍ ଅନ୍ତର୍ଗତ ରାମଚନ୍ଦ୍ରପୁର ପଞ୍ଚାୟତର କରୋନା ସଂକ୍ରମିତ ଖଡିଶୀଙ୍ଗା , ପର୍ବତୀ ଓ ଗନ୍ଧର୍ବ ବିନ୍ଧା ଗାଁ କୁ ଆଜି ବିଜେପି ପକ୍ଷରୁ ବିଶୋଧନ କରାଯାଇଛି । ଏଥି ସହିତ ଗ୍ରାମବାସୀ ମାନଙ୍କୁ ମାସ୍କ ବଣ୍ଟନ କରାଯିବା ସହିତ କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଗ୍ରାମବାସୀଙ୍କୁ ସଚେତନ କରାଯାଇଛି। ପ୍ରକାଶ ଥାଉକି ଏହି ପଞ୍ଚାୟତରେ ଦୁଇ ଜଣ କୋଭିଡ ସଂକ୍ରମଣରେ ମୃତ୍ୟୁ ବରଣ କରିଥିବା ବେଳେ ବହୁ ସଂଖ୍ୟକ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତ ତିନିଦିନ ଧରି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରି ନାରାୟଣ ଧଳଙ୍କ ନେତୃତ୍ୱରେ ଚାଲୁ ରହିଥିବା ସେବା କାର୍ଯ୍ଯରେ ଦଳର ନେତା ପ୍ରଦ୍ୟୁମ୍ନ ସେନାପତି , ସ୍ବରାଜ ମହାପାତ୍ର , ସତ୍ୟରଞ୍ଜନ ରାୟ , ପ୍ରଭାତ ରାଉତ , ଅଭିମନ୍ୟୁ ମଲ୍ଲିକ , ଦିନବନ୍ଧୁ ଖୁଣ୍ଟିଆ , ଆଲୋକ ଜ୍ୟୋତି ଦାସ , ଦେବାଶିଷ ଖୁଣ୍ଟିଆ ସମୀର ରାଉତ , ଶୁଭାଶିଷ ରାଉତ ପ୍ରମୁଖ ସାମିଲ ହୋଇଥିଲେ। ଏତାଦୃଶ୍ୟ କାର୍ଯ୍ୟକୁ ଗ୍ରାମବାସୀ ପ୍ରଶଂସା କରିଥିଲେ । ଭଣ୍ଡାରି ପୋଖରୀରୁ ରାଜକିଶୋର ଜେନାଙ୍କ ରିପୋର୍ଟ sangharsa news ।