ବିଜେଡି ପକ୍ଷରୁ ଜଗତସିଂହପୁର ନିର୍ବାଚନ ମଣ୍ଡଳୀସ୍ତରୀୟ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜୟନ୍ତୀ ପାଳିତ

62

Get real time updates directly on you device, subscribe now.

ଜଗତସିଂହପୁର ( ସଂଘର୍ଷ ମିଡିଆ ) : – ଜଗତସିଂହପୁର  ଜିଲ୍ଲା ବିଜୁଜନତା ଦଳ ପକ୍ଷରୁ ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ପଲି ପଂଚାୟତ ର ମହାକାଳେଶ୍ୱର  ପଡିଆ ଠାରେ ପ୍ରବାଦ ପୁରୁଷ ବିଜୁ ପଟନାୟକଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ବରିଷ୍ଠ ବିଜେଡି ନେତା ଦୀପ୍ତି ଦାସ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଜୟନ୍ତୀ ଉତ୍ସବରେ ଜଗତସିଂହପୁର ବ୍ଳକ ଅଧଖ୍ୟା ଵିଜୟଲକ୍ଷ୍ମୀ ବେହେରା, ବିଜେଡି ନଗର ସଭାପତି ପ୍ରିୟବ୍ରତ ମହାପାତ୍ର, ଜଗତସିଂହପୁର ବ୍ଳକ ବିଜେଡି ସଭାପତି ମନୋଜ ଭୋଇ, ନାଉଗାଁ ବ୍ଳକ ବିଜେଡି ସଭାପତି ସୁଜିତ ମାଲିକ,ପ୍ରକାଶ ବସ୍ତିଆ, ଜ୍ୟୋତିଷ ଦାସ, କନକପ୍ରଭା ଲେଙ୍କା,ଛାତ୍ର ବିଜେଡ଼ି ଜିଲା ସଭାପତି ସମିତ ଲେଙ୍କା, ବ୍ଳକ ବିଜେଡି ଯୁବ ସଭାପତି ସମ୍ବିତ ମହାନ୍ତି,ଆଇଟି ସଂଯୋଜକ ରତିରଞ୍ଜନ ବେହେରା,ସରୋଜ ବିଶ୍ଵାଳ ଯୋଗଗଦେଇ କହିଥିଲେ ବିଜୁ ବାବୁ ସବୁବେଳେ  ତାଙ୍କର ହୃଦୟ ଥିଲା ସବୁବେଳେ ଓଡିଶା  ରାଜ୍ୟର ସ୍ବପ୍ନ କୁ ସାକାର କରିବା ପାଈଁ।ଜିଲାରେ ପାରାଦ୍ୱୀପ ବନ୍ଦର ସ୍ଥାପନ କରି ଜଗତସିଂହପୁର ଜିଲ୍ଲାକୁ ବିଶ୍ଵଦରବାରରେ ପଂହଂଚାଇ ଛନ୍ତି।ଓଡ଼ିଶାରେ କିଭଳି ଭାବେ ମହିଳା ମାନେ ସ୍ୱାବଲମ୍ବୀ ହୋଇପାରିବେ ସେଥିପାଇଁ ମହିଳା ମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ କରି ଗାଁ କୁ କାମ ମା ଙ୍କୁ ସମ୍ମାନ ତାଙ୍କର ମୁଖ୍ୟ ସ୍ଲୋଗାନ ଥିଲା ବୋଲି ମତବ୍ୟକ୍ତ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପୌରାଧକ୍ଷ ମଧୁସୂଦନ ସାହୂ,ଆଇନଜୀବୀ ଦୋଳଗୋବିନ୍ଦ ଦାଶ, ଜଗନ୍ନାଥ ମୁଦୁଲି, କିରଣବାଳା ସାସମଲ,ପଲି ପଂଚାୟତର ସରପଞ୍ଚ ସୁମନ୍ତ ସିଂ,ନଟବର ପ୍ରଧାନ,ପ୍ରତ୍ୟୁଷ ପରିଡା ପ୍ରମୂଖ ଯୋଗଦେଇ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ବହୁମୂଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ।ପ୍ରାରମ୍ଭରେ ଜଗତସିଂହପୁର ବିଜୁ ପଟ୍ଟନାୟକ ଛକରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା।ଏହି ଅବସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More