ବିଜେଡି ନେତା ଭି କେ ପଣ୍ଡିଆନଙ୍କୁ ତୁରନ୍ତ ଗିରଫ କର : ଜଗନ୍ନାଥ ସେନା

28

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ବିଜେଡି ନେତା ଭି କେ ପଣ୍ଡିଆନଙ୍କୁ ତୁରନ୍ତ ଗିରଫ କରାଯାଉ। ଓଡ଼ିଶା ରେ ସେ କୋଟି କୋଟି ଟଙ୍କା ଦୁର୍ନୀତି କରିଥିବାରୁ ତାଙ୍କ ବିରୋଧ ରେ କଠୋର କାର୍ଯ୍ୟନୁଷ୍ଠାନ ନେଉ ଇଡି। ପୁରୀର ଜଗନ୍ନାଥ ସେନା ଆବାହକ ପ୍ରିୟ ଦର୍ଶନ ପଟ୍ଟନାୟକ ଏ ନେଇ ଭି କେ ପାଣ୍ଡିଆନଙ୍କ ବିରୋଧରେ ଦିଲ୍ଲୀର ଇଡି କାର୍ଯ୍ୟଳୟରେ ଏତଲା ଦେଇଛନ୍ତି। ଜଗନ୍ନାଥ୍ ସେନା ଆବାହକ ପ୍ରିୟ ଦର୍ଶନ ପଟ୍ଟନାୟକ କହିଛନ୍ତି ଭି କେ ପଣ୍ଡିଆନ କ୍ଷମତାର ଅପବ୍ୟବହାର କରି ଓଡ଼ିଶାର ଶାସନ ବ୍ୟବସ୍ଥା କୁ କବଜା କରି ବ୍ୟାପକ ଦୁର୍ନୀତି କରିଛନ୍ତି। ଖଣି, ନଗର ଉନନୟନ , ଅବକାରୀ, ରାଜସ୍ବ ତଥା ଅନେକ ବିଭାଗ ରେ ସେ ତାଙ୍କ ସହଯୋଗୀଙ୍କ ସହ ବ୍ୟାପକ ଅର୍ଥ ଦୁର୍ନୀତି କରୀ ଛନ୍ତି। କେବଳ ସେତିକି ନୁହେଁ କୋଟି କୋଟି ଲୋକଙ୍କ ଆସ୍ଥାର ପ୍ରତୀକ ମହାପ୍ରଭୁ ଶ୍ରଜଗନ୍ନାଥଙ୍କୁ ଅପମାନ କରିଛନ୍ତି। ଅର୍ପଣ ରଥ ଆଳରେ ମହାପ୍ରଭୁ ଙ୍କୁ ବୁଲାଇ ଭିକ ମାଗାଇଲେ। ଏହାର ଯିଏ ପ୍ରତିବାଦ କଲେ ମିଛ ମାମଲା ରେ ଲୋକ ଙ୍କୁ ହଇରାଣ କଲେ ପାଣ୍ଡିଆନ। ତେବେ ମହାପ୍ରଭୁ କାହାରି ଗର୍ବ ରଖି ନାହାନ୍ତି। ଏଣୁ ଭି କେ ପାଣ୍ଡିଆନ ଙ୍କୁ ମହାପ୍ରଭୁ କ୍ଷମତା ଚ୍ୟୁତ କରିଛନ୍ତି। ତେବେ ଯେଭଳି ଅପରାଧ କରିଛନ୍ତି ତାହା କ୍ଷମା ଯୋଗ୍ୟ ନୁହେଁ। ଏଣୁ ଓଡ଼ିଶା ରେ ବେଆଇନ ଭାବେ ଶାସନ କଳ କୁ କବାଜା କରିବା, ବ୍ୟାପକ ଦୁର୍ନୀତି କରିବା, ମହାପ୍ରଭୁଙ୍କୁ ଅପମାନ କରିଥିବାରୁ ଇଡି ଭି କେ ପାଣ୍ଡିଆନଙ୍କୁ ଗିରଫ କରି କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଜଗନ୍ନାଥ୍ ସେନା ଦାବୀ କରିଚି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More