ନୂଆପଡା ( ସଂଘର୍ଷ ମିଡିଆ ) : ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଖାଇରା ଗ୍ରାମ ପଞ୍ଚାୟତ ଅଧିନସ୍ଥ ପଦମପୁର ପଡାର ୧୦ ଗରିବ ଖଟିଖିଆ ପରିବାରକୁ ଜୋର ଜବରଦସ୍ତ କରି jcb ମେସିନ ସାହାଯ୍ୟରେ ଘର ଦ୍ୱାର ଭାଙ୍ଗି ଚୁର ମାର କରିଦେଇଛନ୍ତି ଜିଲ୍ଲା ପ୍ରସାସନ l ପ୍ରାପ୍ତ ସୂଚନା ଅନୁସାରେ ବିଗତ 3 ବର୍ଷ ହେବ ଏହି ପଡାକୁ ଲାଗିକି ଚାରିଲାଇନ ବିଶିଷ୍ଟ ବିଜୁଏକ୍ସପ୍ରେସ ହାଇୱେ ରୋଡ଼ କାଯ୍ୟ ଚାଲିଛି ଓ ବୋଡେ଼ନ ତହସିଲଦାର ମାଜିଷ୍ଟ୍ରେଟ ଦାୟିତ୍ୱରେ ଆସି ତୁମେମାନେ ସରକାରୀ ଜାଗାରେ ରହୁଛ ଓ ଯଥା ଶୀଘ୍ର ଜାଗା ଛାଡିବା ପାଇଁ ବହୁ ବାର ଏମାଙ୍କୁ ବୁଝାସୁଝା କଲେ ମଧ୍ୟ କେହି ବି ବୁଝି ନଥିଲେ ଶେଷରେ ପୋଲିସ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ମିଳିତ ଉଦ୍ୟମରେ 144 ଧାରା ବଳବତ୍ତର କରି ଘର ଭାଙ୍ଗିବା ଆରମ୍ଭ କରିଥିଲେ ଓ ଚାରି ଜଣ ନିରୀହ ଲୋକଙ୍କୁ ବୋଡେ଼ନ ପୋଲିସ ଷ୍ଟେସନକୁ ଉଠାଇ ନେଇଥିଲେ l କୌଣସି ନୋଟିସ ଜାରି ନ କରି ଓ କୌଣସି ଜାଗାର ଥଇଥାନ ର ବବସ୍ଥା ନକରି ଏପରି ଅମାନୁଷିକ କାର୍ଯ୍ୟ ନୁଷ୍ଠାନ ଗ୍ରହଣ କରିବା ସରକାର ଭୁଲ ବୋଲି ଦଳିତ ଅଧିକାର ମଂଚ ତରଫରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି l ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକରୁ ଭାଗ୍ୟବାନ ମାଝୀଙ୍କ ରିପୋର୍ଟ ସଂଘର୍ଷ ମିଡିଆ l