ଭୁୁବନେଶ୍ୱର (ସଂଘର୍ଷ ମିଡିଆ ) : ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ସୋମବାର ଠାରୁ ଆରମ୍ଭ ହୋଇଛି ‘ଭ୍ୟାକ୍ସିନ ଆଟ୍ ଡୋର ଷ୍ଟେପ’ ଅଭିଯାନ ବା ଘର ଦୁଆର ମୁହଁରେ ଟିକାଦାନ ଅଭିଯାନ। ବିଏମସିର ୩ ଟି ଜୋନ୍ ରେ ମୋଟ୍ ୬ ଟି ଆପାର୍ଟମେଣ୍ଟରେ ଟିକା ଦିଆଯାଇଛି। ପ୍ରତି ଆପାର୍ଟମେଣ୍ଟରେ ୨ ଶହ ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି। ବିଶେଷ କରି ୪୫ ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କୁ ଟିକା ଦିଆଯିବ। ବିଏମସିର ଜେଡିସି ଅଂଶୁମାନ ରଥ ଏହି ସୂଚନା ଦେଇଛନ୍ତି।