ପୁରୀ(ସଂଘର୍ଷ ମିଡିଆ) : – ବାଲୁକା ଚିତ୍ର କଳାରେ କିମ୍ବଦନ୍ତୀ ଉଦ୍ୟୋଗପତି ସ୍ୱର୍ଗତ ରତନ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ l ପୁରୀ ବେଳାଭୂମିର ନିଳାଦ୍ରୀ ବିଚରେ ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏକ ବାଲୁକା ଚିତ୍ରକଳା ନିର୍ମାଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଚନ୍ତି। ବାଲୁକା ଚିତ୍ରକଳାରେ ରତନ ଟାଟା ପ୍ରତିକୃତିକୁ ସ୍ଥାନ ଦିଆଯାଇଥିବା ବେଳେ ଭାରତ ସେ ରତନ ଥିଲେ ବୋଲି ବାର୍ତା ଦିଆଯାଇଛି। ଶିଳ୍ପ ଜଗତର କିମ୍ବନ୍ଦନ୍ତୀ ରତନ ଟାଟାଙ୍କ ପରଲୋକ ଘଟିଥିବାବେଳେ ଭାରତୀୟ ଶିଳ୍ପ ଜଗତର ଘଟିଛି ଅପୂରଣୀୟ କ୍ଷତି । ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି ବଦାନ୍ୟ ଶିଳ୍ପପତି ରତନ ଟାଟା। ବୟସାଧିକ୍ୟ ଜନିତ ସ୍ବାସ୍ଥ୍ୟ ସମସ୍ୟା ଲାଗି ତାଙ୍କର ଦେହାନ୍ତ ହୋଇଥିଲା l ରତନ ଟାଟା ଏକାଧାରରେ ଥିଲେ ଜଣେ ଶିଳ୍ପପତି ଓ ବଦାନ୍ୟ ବ୍ୟକ୍ତି। ଭାରତୀୟ ଉଦ୍ୟୋଗକୁ ବିଶ୍ବ ମଞ୍ଚରେ ପ୍ରତିଷ୍ଠିତ ଓ ଉପସ୍ଥାପିତ କରିବାରେ ଟାଟାଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା। ଶିଳ୍ପ କ୍ଷେତ୍ର ଭଳି ଉଲ୍ଲେଖନୀୟ ଅବଦାନ ପାଇଁ ଭାରତ ସରକାର ତାଙ୍କୁ ପଦ୍ମଭୂଷଣ ଓ ପଦ୍ମବିଭୂଷଣ ସମ୍ମାନ ପ୍ରଦାନ କରିଥିଲେ। କେବଳ ଭାରତ ନୁହେଁ ବିଶ୍ବବ୍ୟାପୀ ସେ ଥିଲେ ଜଣେ ପରିଚିତ ଶିଳ୍ପପତି। ତାଙ୍କ ବିୟୋଗରେ ଆଜି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ରତନ ଟାଟାଙ୍କ ବାଲୁକାକଳା ନିର୍ମାଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି l ଭାରତବର୍ଷ ଏକ ଅମୁଲ୍ୟ ରତ୍ନକୁ ହରାଇବା ସହ ଏକ ଅପୁରଣୀୟ କ୍ଷତି ସହିଛି ବୋଲି କହିଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ l