ପଟ୍ଟାମୁଣ୍ଡାଇ(ସଂଘର୍ଷ ମିଡିଆ ) : ଓଡିଶାରେ ପହଞ୍ଚିଛି ମୌସୁମୀ,ଯାହାର ପ୍ରଭାବରେ ଲଗାଣ ବର୍ଷା ମଧ୍ୟ ଲାଗିରହିଛି l ଧୀରେ ଧୀରେ ନଦୀର ଜଳସ୍ତର ବଢ଼ିବାରେ ଲାଗୁଛି l ଏଭଳି ସମୟରେ କିନ୍ତୁ ମୁନଫାଖୋର ବାଲିଘାଟ ନିଲାମ ନେଇଥିବା ସଂସ୍ଥାମାନଙ୍କର ଲୋଭ କମିବାରେ ନାଁ ଧରୁନି l ବାଲିଘାଟ ନିଲାମ ନେଇଥିବା ବ୍ୟକ୍ତି ମାନଙ୍କୁ ପ୍ରଶାସନ ପକ୍ଷରୁ ସିମେଣ୍ଟ ଖୁଣ୍ଟପୋତି ଚିହ୍ନ ଦେଇଥିଲେ ମଧ୍ୟ ବାଲି ମାଫିଆ ମାନେ ବେଆଇନ୍ ଭାବେ ପ୍ରଶାସନ ଚିହ୍ନକୁ ଖାତିରି ନକରି ମନମୁଖୀ ମଟାଳମାଟି ତାଡି ଶହ ଶହ ହାଇୱ ଓ ଟ୍ରକ୍ ମାଟି ଓ ବାଲି ବିକ୍ରି କରୁଛନ୍ତି। ତଟବନ୍ଧ ବିଭାଗ ପକ୍ଷରୁ ଘେରିବନ୍ଧର ସୁରକ୍ଷା ପାଇଁ ସତର୍କ ଫଳକ ଭାବେ ଖୁଣ୍ଟି ପୋତା ଯାଇଥିବା ସ୍ଥାନରୁ ଆଗକୁ ଆଗକୁ ମାଡି ମଟାଳ ମାଟି ଖୋଳି ବେଧଡକ ଭାବେ ଚୋରା ଚାଲାଣ ହେଉଥିବାର ନଜରକୁ ଆସିଛି l ଏମିତି ଏକ ଘଟଣା ଦେଖିବାକୁ ମିଳିଛି ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅମୃତମଣୋହୀ ପଞ୍ଚାୟତର ନଦୀକୂଳିଆ ଅଞ୍ଚଳରେ l ଅମୃତ ମଣୋହି ପଞ୍ଚାୟତ ଅଫିସ୍ ନିକଟରେ ଥିବା ସାଧାରଣ ଗରିବ ପରିବାରର ମହିଳା ପୁରୁଷ ଓ ଛୋଟ ଛୋଟ ପିଲାମାନେ କହିଛନ୍ତି ଆମେ ଏଠାରେ ଗାଧେଇବା ସହ କପଡା ସଫାସୁତୁରା କରିଥାଉଁ ଏଭଳି ବେଧଡକ ଭାବେ ମାଟି ଖୋଳିଲେ ଆଗାମୀ ଦିନରେ ନଦୀ ଅତଡାଖାଇବାର ସମ୍ଭାବନା ରହିଛି ଓ କୁମ୍ଭୀର ଭୟମଧ୍ୟ ରହିଛି। ଅନ୍ୟ ପଟେ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରି ପଥରସ୍ପର କରୁଥିବା ବେଳେ ଅମୃତ ମଣୋହି ଅଞ୍ଚଳରେ ଅସାଧୁ ବ୍ୟକ୍ତିମାନେ ବ୍ରାହ୍ମଣୀ ନଦୀ କୂଳ ଖୋଳି ନଦୀ କୁ ବଢାଇବାରେ ଲାଗିପଡିଛନ୍ତି।
ସରକାର ଓ ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଆକର୍ଷଣ ନକଲେ ଆଗାମୀ ଦିନରେ ବହୁତ ଅସୁବିଧାର ସମ୍ମୁଖୀନ ହେବେ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି। (ପଟ୍ଟାମୁଣ୍ଡାଇ ରୁ ସୂର୍ଯ୍ୟ ନାରାୟଣ ଦାଶ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍)
Get real time updates directly on you device, subscribe now.