ପୁରୀ ( ସଂଘର୍ଷ ମିଡିଆ ) : ଆଜି ମହାଶିବରାତ୍ରି । ଦେବ ଦେବ ମହାଦେବଙ୍କୁ ଉପାସନା ରଖି ଜାଗର ବ୍ରତ ପାଳନ କଲେ ସକଳ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ପୁରାଣ ରେ ବର୍ଣ୍ଣନା ରହିଛି। ସେଥିପାଇଁ ଆଜି ପୁରୀର ପ୍ରସିଦ୍ଧ ପ୍ରଭୁ ଲୋକନାଥ ପୀଠ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି। କୋଭିଡ କଟକଣା ଭିତ୍ତିରେ ବାବା ଲୋକ ନାଥଙ୍କ ଦର୍ଶନ କରୁଛନ୍ତି ଭକ୍ତ। ତେବେ ମନ୍ଦିର ଗମ୍ଭୀରା ଭିତରକୁ ଦର୍ଶନ ନେଇ କଟକଣା କରାଯାଇଛି। ସେହିପରି ଭକ୍ତ ମାନେ ମୁହଁ ରେ ମାସ୍କ ପିନ୍ଧିବା ସହ ହାତ ସାନିଟାଇଜ କରି ମନ୍ଦିର ଯାଇ ପ୍ରଭୂ ଲୋକନାଥଙ୍କୁ ଦର୍ଶନ କରୁଛନ୍ତି। ରାଜ୍ୟର ଅନେକ ଶୈବ ପୀଠରେ ଜାଗର ପର୍ବ ନେଇ 144 ଧାରା ଜାରି କରାଯାଇ ଥିବା ବେଳେ ପୁରୀର ପ୍ରଭୁ ଲୋକ ନାଥ ମନ୍ଦିରରେ ଦର୍ଶନ ବ୍ୟବସ୍ଥା କରିଛି ପୁରୀ ଜିଲ୍ଲା ପ୍ରଶାସନ। ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ 15 ପ୍ଲାଟୁନ ପୋଲିସ ଫୋର୍ସ ସମେତ ବରିଷ୍ଠ ପୋଲିସ ଅଧିକାରୀ ମୁତୟନ ଅଛନ୍ତି। ସୂଚନା ଅନୁଯାୟୀ ପବିତ୍ର ଜାଗର ଅଵସର ରେ ରାତ୍ର 12 ଟା 30 ରୁ ଦ୍ୱାର ଫିଟା ପରେ ପ୍ରଭୂ ଙ୍କ ନିତି କାନ୍ତି ସରି ଭୋର 4 ଟା ରୁ ପ୍ରଭୁ ଲୋକ ନାଥ ଙ୍କ ଦର୍ଶନ ଆରଂଭ ହୋଇଛି। ହଜାର ହଜାର ଭକ୍ତ ବ୍ୟାରିକେଡରେ ଯାଇ ଠାକୁର ଙ୍କ ଦର୍ଶନ ଲାଭ କରି ଭାବ ବିହ୍ଵଳ ହୋଇ ପଡି ଚନ୍ତି। ଏହି କୋଭିଡ କିଭଳି ସାରା ବିଶ୍ୱ ଦୁରେଇ ଯାଉ ଓ ଜଗତ ମଙ୍ଗଳ ହେଉ ବୋଲି ଭକ୍ତ ପ୍ରାର୍ଥନା କରୁଛନ୍ତି। ତେବେ ରାତି 2 ଟା ରେ ହରିହର ଭେଟ ପରେ ଭୋର 4 ଟା ରେ ପ୍ରଭୂ ଲୋକ ନାଥ ମହା ଦୀପ ଉଠିବ ବୋଲି ସମୟ ନିର୍ଦ୍ଧାରିତ ହୋଇଛି। ସେପଟେ ପବିତ୍ର ପଙ୍କୋଦ୍ଧାର ଏକାଦଶୀ ଅବସର ଠାରୁ ତିନି ଦିନ ହେବ ଶ୍ରୀଲୋକନାଥ ଦେବଙ୍କ ପୀଠରେ ଓଡିଶାର ସର୍ବବୃହତ ଜଗତ ମଙ୍ଗଳ ଦୀପ ପ୍ରଜ୍ୱଳିତ ହୋଇଛି। ପାର୍ବତୀ ସାଗର ନିକଟରେ ଏହି ଦୀପକୁ ପ୍ରଜ୍ୱଳିତ କରାଯାଇଛି। ପଙ୍କୋଦ୍ଧାର ଏକାଦଶୀ ଠାରୁ ଏହି ବୃହତ ଦୀପ ଶିବରାତ୍ରୀ ପର୍ଯ୍ୟନ୍ତ ପ୍ରଜ୍ୱଳିତ ହେବା ର ବ୍ୟବସ୍ଥା ହୋଇଛି। ପ୍ରାୟ ଆଠ ଫୁଟ ଲମ୍ବ,, ପାଞ୍ଚ ଫୁଟ ଓସାର ଏବଂ ଅଢେଇ ଫୁଟ ଗଭୀର ଏହି ବୃହତ ଦୀପ ଏବେ ମୁଖ୍ୟ ଆକର୍ଷଣ ହୋଇଛି। ପବିତ୍ର ଶିବରାତ୍ରି ବା ଜାଗର ଅବସର ରେ ମହାଦୀପ ଉଠିବା ପରେ ଏହି ବୃହତ ଦୀପକୁ ପାର୍ବତୀ ସାଗରରେ ବିସର୍ଜନ କରାଯିବ।