କଟକ (ସଂଘର୍ଷ ମିଡିଆ ) : କଟକ ଜିଲ୍ଲା କଣ୍ଟାପଡା ବ୍ଲକ ଗୋବିନ୍ଦପୁର ଗ୍ରାମପଞ୍ଚାୟତ ଜଗନ୍ନାଥ ପୁର ଗ୍ରାମରେ ୧୨୦ତମ ବିଶ୍ୱଶାନ୍ତି ମହାଯଜ୍ଞ ଅକ୍ଷୟ ତୃତୀୟା ଠାରୁ ସପ୍ତଦିନ ବ୍ୟାପି ବାବା ବଟଗୋସ୍ଵାମୀଙ୍କ ପାଖରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ହଜାର ହଜାର ଭକ୍ତଙ୍କ ସମାଗମରେ ହୋଇଥାଏ କିନ୍ତୁ ଚଳିତବର୍ଷ କୋଭିଡ ନିୟମ କୁ ପାଳନ କରି 6ରୁ 7ଜଣକୁ ନେଇ ଯଜ୍ଞଟି ଆନୁଷ୍ଠାନିକଭାବେ ଚାଲିଛି।ଗ୍ରାମବାସୀଙ୍କ ସହଯୋଗରେ ଅନୁଷ୍ଠାନଟି ଚାଲିଆସୁଅଛି।ଲୋକଙ୍କ କହିବକଥା ଯିଏ ଯାହା ମାନସିକ କରି ବାବାଙ୍କ ପାଖକୁ ଆସନ୍ତି ତାହା ନିଶ୍ଚୟ ପୂରଣ ହୋଇଥାଏବୋଲି ଲୋକଙ୍କ ବିଶ୍ୱାସ ଅଛି। ଗ୍ରାମବାସୀଙ୍କ କହିବକଥା ଠାକୁରଙ୍କ ପାଖରେ ପ୍ରସିଦ୍ଧ ଡାଲମା ତାହା ପୁଣି ଗୋଟା ପଣସ ରେ ହୋଇଥାଏ।କଣ୍ଟାପଡା ରୁ ସନ୍ତୋଷ ପ୍ରଧାନ ଓ ରାଜକିଶୋର ଦାସଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।