ପଟ୍ଟାମୁଣ୍ଡାଇ ( ସଂଘର୍ଷ ମିଡିଆ ) : ପଟ୍ଟାମୁଣ୍ଡାଇ ବ୍ଲକର ଚନ୍ଦନନଗର ପଞ୍ଚାୟତରେ ଥିବା ବାବା ଚନ୍ଦ୍ରଶେଖରଙ୍କ ‘ଚନ୍ଦ୍ରମଉଳି ପୀଠ ‘ ସମଗ୍ର ଅଞ୍ଚଳରେ ଏକ ସୁନାମଧନ୍ୟ ଶୈବ ପୀଠ ଭାବେ ପରିଚିତ l ପ୍ରତିବର୍ଷ ଜାଗର ଯାତ୍ରା ସମୟରେ ଏହି ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ l କିନ୍ତୁ କରୋନା ସଂକ୍ରମଣ ଲାଗି ଏଥର ଭକ୍ତ ଭଗବାନ ଭିତରେ ବାଡ଼ ହୋଇଛନ୍ତି ପ୍ରଶାସନ l ସରକାରୀ ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରି ପୋଲିସ ଓ ମନ୍ଦିର ର ଟ୍ରଷ୍ଟି ବାବାଙ୍କ ତିନୋଟି ଗେଟ୍ ରେ ତାଲା ପକାଇ ବନ୍ଦକରିଥିବାବେଳେ ଦୂର ଦୂରାନ୍ତରୁ ଆସିଥିବା ଭକ୍ତମାନେ ନିଜର ପୁଅ ଓ ଝିଅ ମାନଙ୍କପାଇଁ ମାନସିକ କରି ଆଣିଥିବା ଫୁଲଛତା ଭଗକରିବାକୁ ସୁଜଗନପାଇ ବାବାଙ୍କ ମୁଖ୍ୟଗେଟ୍ ସାମ୍ମାରେ ଫୁଲ୍ ଛତା ଟଙ୍ଗାଇବାସହ ରାସ୍ତା କଡ଼ରେ ଦିପଜାଳି ଭୋଗ ଓ କ୍ଷିର ବାବାଙ୍କ ଉଦ୍ୟଶ୍ୟରେ ଢାଳିଥିଲେ। ଚନ୍ଦ୍ରମଉଳି ମନ୍ଦିର ପ୍ରଶାସନ ବିନା ଭକ୍ତରେ ଜାଗର ଯାତ୍ରା ଅନୁଷ୍ଠିତ କରୁଥିବା ଦେଖିବାକୁ ମିଳିଛି l କିନ୍ତୁ ଭକ୍ତଙ୍କୁ ବା କିଏ ରୋକିପାରିବ ଭଗବାନଙ୍କ ଠାରୁ ଭକ୍ତମାନେ ମନ୍ଦିର ବାହାରେ ଆସି ମାନସିକ କରିବା ସହ ଛତା, କ୍ଷୀର ଓ ଦୀପ ଜଳେଇ ଜାଗର ଓଷା କରୁଥିବା ନଜର ଆସିଥିଲା l ଯାହାଫଳରେ ରାସ୍ତାରେ ଭକ୍ତମାନେ ଢାଳୁଥିବା କ୍ଷୀର ସବୁ ରାସ୍ତାକୁ ବୋହି ଆସିଥିଲା ପରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଭାରପ୍ରାପ୍ତ ଅଧିକାରୀ ରାକେଶ ତ୍ରିପାଠୀ ପହଞ୍ଚି ଭକ୍ତଙ୍କ ଭାବନାକୁ ସମ୍ମାନ ଦେଇ ଏକ ଅସ୍ଥାୟୀ କୁଣ୍ଡ ରଖି ଗହଳି ନକରି କ୍ଷୀର ଢ଼ାଳିବା ସହ ଦୀପ ଜଳେଇବାକୁ ଅନୁରୋଧ କରିଥିଲେ l (ପଟ୍ଟାମୁଣ୍ଡାଇରୁ ସୂର୍ଯ୍ୟନାରାୟଣ ଦାଶଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ)