କେନ୍ଦ୍ରାପଡା( ସଂଘର୍ଷ ମିଡିଆ ) : – କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ କୁସୁନପୁର ଆଖଣ୍ଡଳମଣୀ ମନ୍ଦିର ପରିସରରେ ଷୋଢଶ ବାର୍ଷିକ ବିଶ୍ବଶାନ୍ତି ରୁଦ୍ର ମହାଯଜ୍ଞ ଅବସରରେ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଶତାଧିକ ମହିଳା ଓ ପୁରୁଷ ମହାନଦୀର ଶାଖାନଦୀ ଲୁଣା ଏବଂ ଚିତ୍ରୋତ୍ପଳା ନଦୀର ସଙ୍ଗମସ୍ଥଳୀରୁ ୧୦୮ କଳସ ରେ ମନ୍ତ୍ରଶିକ୍ତ ଜଳ ଆଣି ଶୋଭାଯାତ୍ରାରେ ଆସି ଆଖଣ୍ଡଳମଣୀଙ୍କ ପିଠରେ ପହଞ୍ଚିଥିଲେ । ସେଠାରେ ଘଟସ୍ଥାପନ କରାଯାଇ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ଯଜ୍ଞ ଦୋଳ ଦଶମୀ ରୁ ଆରମ୍ଭ ହୋଇ ଦୋଳପୂର୍ଣ୍ଣିମାରେ ଶେଷ ହେବ । କୋଭିଡ ନିୟମ ମାନି ଭକ୍ତ ମାନେ ମାକ୍ସ, ସାନିଟାଇଜର ବ୍ଯବହାର ସହ ସାମାଜିକ ଦୂରତା ରକ୍ଷାକରି ଏହି ଯଜ୍ଞ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି ।