ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଚୂଡାକୁ ୪.୧୦ରେ ଉଠିଲା ମହାଦୀପ

56

Get real time updates directly on you device, subscribe now.

ଭଦ୍ରକ ( ସଂଘର୍ଷ ମିଡିଆ ) : ପବିତ୍ର ଜାଗରଯାତ୍ରା ଅବସରରେ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପ୍ରଶାସନର କରୋନା କଟକଣା ମଧ୍ୟରେ ସେବାୟତମାନଙ୍କ ଦ୍ବାରା ଭୋର ୪ଟା୧୦ ମିନିଟରେ ମନ୍ଦିର ଚୂଡାକୁ ଉଠିଲା ମହାଦୀପ । ମନ୍ଦିରରେ ଜାଗରଯାତ୍ରାରେ ହେବାକୁ ଥିବା  ସମସ୍ତ ନୀତିକାନ୍ତି, ସକାଳୁ ଠାକୁରଙ୍କର ପହଡ ଖୋଲିବା ପରେ  ମଙ୍ଗଳ ଆଳତୀ, କନିକାରାଜାଙ୍କ ପହିଲି ଘର୍ଷଣ ଲାଗି ହେବା ପରେ ଦିନ ତମାମ ମନ୍ଦିର ସାହଣମେଲା କରାଯାଇଥିଲା, ସଂଧ୍ଯା ୬ଟାରୁ  ଠାକୁରଙ୍କ ୪ପ୍ରହର ନୀତି ଆରମ୍ଭ ହୋଇ ରାତ୍ର୧୨ଟାରେ ସମ୍ପନ୍ନ ହୋଇଥିଲା। ରାତି ଗୋଟାଏରେ ଆରମ୍ଭ ହୋଇଥିଲା ସୁନାବେଶ । ବାବା ଆଖଣ୍ଡଳମଣୀଙ୍କ ଏହି ସୁନା ବେଶକୁ ଦର୍ଶନ କରିବା ପାଇଁ ଆରଡିର ୪ଟି ପଞ୍ଚାୟତର  ଶ୍ରଦ୍ଧାଳୁ ଭକ୍ତମାନେ କରୋନା କଟକଣା  ମାନି ଆଖଣ୍ଡଳମଣୀଙ୍କ ଏହି ଦୃଲଭ ସୁନାବେଶ ଦର୍ଶନ କରିଥିଲେ ।ରାତି ୨ଟା ସୁଧା ମହାଦୀପ ପ୍ରସ୍ତୁତ କରାଯାଇ ବିଶ୍ବକଲ୍ଯାଣ ଉଦ୍ଯେଶରେ ମହାଦୀପକୁ ଉତ୍ସଗ କରାଯାୟୀ ମନ୍ଦିର ଚାରିପଟେ ବୁଲିବା ପରେ ହରିବୋଲ ହୁଳହୁଳି ମଧ୍ୟରେ ଭୋର ୪ଟା୧୦ ମିନିଟରେ ମନ୍ଦିର ଚୂଡାକୁ ମହାଦୀପ ଉଠିଥିଲା।ଏହି ମହାଦୀପ ଦର୍ଶନ କରିବା ପାଇଁ ସେବାୟତ, ପ୍ରଶାସନିକ ଅଧିକାରୀ ଓ  ଭକ୍ତମାନେ ଉପସ୍ଥିତ ଥିଲେ  ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More