ନାଉଗାଁ(ସଂଘର୍ଷ ମିଡିଆ ) : – ନାଉଗାଁ ଅଞ୍ଚଳର ୮୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରି ନିଜର ପରିବାର ପ୍ରତିପୋଷଣ କରିଥାନ୍ତି। ମହାମାରୀ କରୋନା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନାରେ ଚାଷୀ ମାନଙ୍କୁ ପ୍ରୋତ୍ସାହନ ଦିଆଯାଉଛି। କିନ୍ତୁ ଏମିତି ବି କିଛି ଚାଷୀ ଅଛନ୍ତି ଲକ୍ଷାଧିକ ଟଙ୍କା ଧାର୍ ଉଦ୍ଧାର ରୁଣ କରି ଏକର ଏକର ଜମିରେ ପରିବା ଚାଷ କରିଥିଲେ ବି ତାଙ୍କୁ ବାତ୍ୟା ୟାସ୍ ର ବର୍ଷା ମାଡରେ ସବୁ ପରିବା ପାଣିରେ ବୁଡି ରହି ସଢ଼ିପଚି ଗଲାଣି । ପ୍ରବଳ ବର୍ଷା ପାଇଁ ବିଲରେ ପାଣି ଜମିଥିଲା କିନ୍ତୁ ଦୁଃଖର ବିଷୟ ତିରୁଣା ପଞ୍ଚାୟତର ବିଷ୍ଣୁ ମଲ୍ଲିକ ବର୍ଷ ବର୍ଷ ଧରି ପରିବା ଚାଷ କରି ନିଜର ପରିବାର ପ୍ରତିପୋଷଣ କରିଥାନ୍ତି କିନ୍ତୁ ବର୍ଷା ପାଣି ନିଷ୍କାସନ ହେବା ପାଇଁ ଥିବା ବାଉଁଶଜୋରି କେନାଲରେ ଲକ୍ ଟିକୁ ପ୍ରଶାସନ ପକ୍ଷରୁ ଖୋଲା ଯାଇ ନଥିଲା।ବିଷ୍ଣୁ ମଲ୍ଲିକ ନିଜେ ଯାଇ ଲକ୍ ଖୋଲିବା ପାଇଁ ବିଭାଗୀୟ କର୍ମଚାରୀଙ୍କୁ ଜଣାଇବା ପରେ ବି କୌଣସି ପଦକ୍ଷେପ ନନିଆଯିବାରୁ ପରିବା ସବୁ ବିଲରେ ସଢ଼ିପଚି ଗଲାଣି ତେଣୁ ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନେବା ପାଇଁ ଚାଷୀ ବିଷ୍ଣୁ ମଲ୍ଲିକ ଅନୁରୋଧ କରିଛନ୍ତି ।ନାଉଗାଁ ରୁ ତାପସ କୁମାର ଦାସଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍ ।