ବାତ୍ୟା “ୟସ୍” ପୂର୍ବରୁ ରାଜନଗରର ଡାଙ୍ଗମାଳରେ ଘୃର୍ଣ୍ଣିଝଡ଼ରେ ବ୍ୟାପକ କ୍ଷୟକ୍ଷତି

42

Get real time updates directly on you device, subscribe now.

ରାଜନଗର(ସଂଘର୍ଷ ମିଡିଆ ) : ଉପକୂଳ ଓଡିଶାରେ ବାତ୍ୟା ‘ୟସ’ର ପ୍ରଭାବ ଲୋକମାନେ ଅନୁଭବ କରିବା ଆରମ୍ଭ କଲେଣି । ସମୁଦ୍ରରେ ଉଚ୍ଚ ଜୁଆର ଆସିବା ସହ ବର୍ଷା ପବନ ଲାଗି ରହିଛି । ପ୍ରଶାସନ ମଧ୍ୟ କୌଣସି ଜୀବନ ଯେପରି ହାନୀ ନ ଘଟିବା ଏଥିଲାଗି ପ୍ରାଣମୂର୍ଚ୍ଛା ଚେଷ୍ଟା ଜାରିରଖିଛି । କିନ୍ତୁ ଆଜି ମଧ୍ୟାହ୍ନରେ ରାଜନଗରର ଡାଙ୍ଗମାଳ ପଞ୍ଚାୟତର ବରାଡ଼ିଆ ଓ ଖମାରସାହି ପଞ୍ଚାୟତର ରଗଡାପାଟିଆ ଗାଁରେ ଘୃର୍ଣ୍ଣିଝଡ଼ ଆସି ଶତାଧିକ ଲୋକଙ୍କର ଚାଳଛପର, ଆଜବେଷ୍ଟସ ଘର ଉଡାଇ ନେବାସହ ବଡ଼ବଡ଼ ଗଛ ଉପୁଡ଼ିଜାଇଛି ଓ ଇଲେକ୍ଟ୍ରି ଖୁଣ୍ଟ ମଧ୍ୟ ଭାଙ୍ଗିଜାଇଛି। ବ୍ୟାପକ ଧନସମ୍ପତ୍ତି ହାନୀ ଘଟିବାର ନଜିର ଅଛି । ଏହି ଘୁର୍ଣ୍ଣିଛଡ଼ରେ କାର୍ଯ୍ୟରତ ଥିବା ବିଦ୍ୟୁତବିଭାଗର ଜଣେ ଯନ୍ତ୍ରୀ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି ।,ସବୁଠାରୁ ବଡ଼କଥା ହେଲା ଘୁର୍ଣ୍ଣିଛଡ଼ ସମୟରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଡାଙ୍ଗମାଳ ପଞ୍ଚାୟତରେ ଉପସ୍ଥିତ ରହିବା ସହ ସ୍ଥାନାନ୍ତରଣ କାର୍ଯ୍ୟନିଜେ ତଦାରଖ କରୁଥିବା ଦେଖିବାକୁ ମିଳିଥିଲା । ଅନ୍ୟପଟେ ଆଜି କେନ୍ଦ୍ରାପଡ଼ା ପୋଲିସ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ମାନବିକତା ଦେଖେଇଥିବା ନଜର ଆସିଥିଲା ରାଜନଗର ଥାନା IIC ତପନ କୁମାର ନାୟକ ନିଜେ ସାତଭାୟା ଅଞ୍ଚଳର ମଗରକନ୍ଧାରୁ ଜଣେ ପକ୍ଷାଘାତରେ ଆକ୍ରାନ୍ତ 105 ବର୍ଷ ବୃଦ୍ଧାଙ୍କୁ ଉଦ୍ଧାର କରି ନିଜେ କାନ୍ଧରେ କାନ୍ଧେଇ ଉଦ୍ଧାର କରିବା ସହ ତାଳଚୁଆ ସାମୁଦ୍ରିକ ଥାନା ଆଇଆଇସି ଶ୍ରୀକାନ୍ତ କୁମାର ବାରିକ ବାଘମାରି ପଞ୍ଚାୟତର ଅମରାବତୀ ଗାଁର ୯୧ ବର୍ଷୀୟ ବୃଦ୍ଧାଙ୍କୁ ନିଜ କାନ୍ଧରେ ବୋହି ପାଣିରେ ପଶି ସ୍ଥାନାନ୍ତରିତ କରିଥିବା ଦେଖିବାକୁ ମିଳିଛି । ତାଳଚୁଆ ଓ ରାଜନଗର ଆଇଆଇସି ଙ୍କ ଏଭଳି କାର୍ଯ୍ୟ ପାଇଁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି। କହିବାକୁଗଲେ ଗୋଟେପଟେ କରୋନା ମହାମାରୀ ଓ ଅନ୍ୟପଟେ ପ୍ରାକୃତିକ ଦୁର୍ବିପାକ ଏହିଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ପ୍ରଶାସନିକ ଅଧିକାରୀ ରାଜ୍ୟ ସରକାରଙ୍କ ଜିରୋ କାଜୁଆଲିଟି ଆହ୍ୱାନକୁ ପୁରାଦମରେ ଅନୁପାଳନ କରୁଥିବା ଦେଖାଯାଇଛି। ୟସ୍ ବାତ୍ୟା ଲ୍ୟାଣ୍ଡଫଲ୍ କରିନଥିବା ବେଳେ ସମୁଦ୍ର ମୁହାଣ ଅଶାନ୍ତ ରହୁଥିବାରୁ ତାଳଚୁଆ ରାଜନଗର ମୁଖ୍ୟ ରାସ୍ତା ଉପରକୁ ପାଣି ମାଡକଲାଣି। ଯଦି ଏହି ରାସ୍ତାଟି ଭାଙ୍ଗିଯାଏ ତଳିଆ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହେବାର ଅନୁମାନ କରାଯାଉଛି। ଏବେ ସେଠାକାର ଲୋକମାନେ ବହୁତ ଆତଙ୍କିତ ଭିତରେ ଅଛନ୍ତି। (ରାଜନଗରରୁ ସୂର୍ଯ୍ୟ ନାରାୟଣ ଦାଶ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍) ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More