ବାଛରା ଗ୍ରାମରେ କାନ୍ଥପଡି ମାଆ ଝିଅ ଗୁରୁତର

43

Get real time updates directly on you device, subscribe now.

ପଟ୍ଟାମୁଣ୍ଡାଇ(ସଂଘର୍ଷ ମିଡିଆ ) : ପଟ୍ଟାମୁଣ୍ଡାଇ ଅନ୍ତର୍ଗତ ବାଛରା ପଞ୍ଚାୟତର ବାଛରା ଗ୍ରାମର ରମାକାନ୍ତ ମଲିକଙ୍କ କଚାକାନ୍ଥ ପଡ଼ି ରମାକାନ୍ତ ଙ୍କ ସ୍ତ୍ରୀ ଟୁନିଆଁ ମଲିକ ବୟସ ୩୯ ଓ ଝିଅ ଲିପିରାଣି ମଲିକ ବୟସ ୧୪ ଆହତ ହୋଇଛନ୍ତି। ବାତ୍ୟା ୟାସ୍ ର ଲଗାଣ ବର୍ଷା ଯୋଗୁଁ ରମାକାନ୍ତଙ୍କ ଗୋଟିଏ ପଟ କନ୍ଥପଡି ଯାଇଥିଲା କିନ୍ତୁ ବାତ୍ୟା ସମୟରେ ରମାକାନ୍ତ ଙ୍କ ପରିବାର ଅନ୍ୟ ଏକ ପଡୋଶୀଙ୍କ ଘରେ ଆଶ୍ରୟ ନେଇଥିଲେ। ବାତ୍ୟା ଛାଡିବାପରେ ଲିପାରାଣି ଓ ମାଆ ଟୁନିଆଁ ଆସି ନିଜ ଘର ସଫାସୁତୁରା କରିବାକୁ ଆସିଥିଲେ ଠିକ୍ ସେହି ସମୟରେ କଚାକାନ୍ଥଟି ବର୍ଷା ପାଣିରେ ଭେଦିବା କାରଣରୁ ହଠାତ୍ ସେହି ମାଆ ଝିଅଙ୍କ ଉପରେ ପଡ଼ିଯାଇଥିଲା। ମାଆ ଝିଅଙ୍କ ଚିତ୍କାର ଶୁଣି ପଡେ଼ାଶୀମାନେ ଉଧାର କରି ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରିୟ ଚିକିତ୍ସାଳୟକୁ ନେଇଥିଲେ ଓ ପରେ କେନ୍ଦ୍ରାପଡ଼ା ଜିଲ୍ଲା ସ୍ତରୀୟ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା ମାଆ ଟୁନିଆଁ ମଲିକ ଙ୍କୁ। ଏବିଷୟରେ ବାଛରା ସରପଞ୍ଚଙ୍କୁ ଜଣାଇଥିଲେ ମଧ୍ୟ ଏଜାଏଁ ସରପଞ୍ଚ କର୍ଣ୍ଣପାତ କରିନଥିବା ନେଇ କହିଛନ୍ତି ପରିବାର ଲୋକେ।ଆମ ପ୍ରତିନିଧି ପହଁଚିଥିଲେ ବାଛରା ପଞ୍ଚାୟତ କାର୍ଯ୍ୟାଳୟରେ ସେଠି ଦେଖିଥିଲେ ପଞ୍ଚାୟତ କାର୍ଯ୍ୟାଳୟରେ ତାଲାପଡିଥିଲା କିନ୍ତୁ ପଞ୍ଚାୟତ କାର୍ଯ୍ୟାଳୟ ଭିତରେ ଲାଇଟ୍ ଓ ଫ୍ୟାନ୍ ଚାଲୁଥିବା ର ନଜରକୁ ଆସିଥିଲା। କରୋନା ମହାମାରୀ ଓ ବାତ୍ୟା ୟାସ୍ ପାଇଁ ସରକାରଙ୍କ ମୁଣ୍ଡବ୍ୟଥାର କାରଣ ହୋଇଥିବା ବେଳେ ବାଛରା ପଞ୍ଚାୟତ କାର୍ଯ୍ୟାଳୟରେ ଫ୍ୟାନ୍ ଓ ଇଲେକ୍ଟ୍ରି ବଲ୍ ଜଳିବା କେତେ ଠିକ୍ ଆପଣମାନେ ଚିନ୍ତା କରନ୍ତୁ।(ପଟ୍ଟାମୁଣ୍ଡାଇରୁ ସୂର୍ଯ୍ୟ ନାରାୟଣ ଦାଶଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍)

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More