କଟକ (ସଂଘର୍ଷ ମିଡିଆ ) : କଟକ ଜିଲ୍ଲା ନିଆଳି ବ୍ଲକ ଏରଞ୍ଚ ପଂଚାୟତରେ ଥିବା D K N କଲେଜଟି 1980 ମସିହାରେ ସ୍ଥାପିତ ହୋଇଥିଲା।ଦ୍ୱୀପଞ୍ଚଳ କୁ ରାସ୍ତାର ସୁବିଧାନ ଥିଲା।ଯେଉଁ ସମୟରେ ଶିକ୍ଷାର କୌଣସି ଅନୁଷ୍ଠାନ କିମ୍ବା ମହାବିଦ୍ୟାଳୟ ନଥିଲା ସେହି ସମୟରେ ସ୍ଥାପିତ ହୋଇଥିଲା D K N କଲେଜ।ବିଜୟାରାମ ଆଚାର୍ଯ୍ୟଙ୍କ ଭଳି ବୁଦ୍ଧିଜୀବୀମାନେ ଧାନ ଚାଉଳ ବିକ୍ରିକରି,ମାଗୁଣି କରି ଶିକ୍ଷାର ବିକାଶ ପାଇଁ ଶିକ୍ଷ।ନୁଷ୍ଠାନ ସ୍ଥାପନ କରିଥିଲେ।ବହୁ ପୁରାତନ କଲେଜ ହୋଇଥିଲେ ମଧ୍ୟ U G C ଗ୍ରେଡ ପାଇପାରି ନାହିଁ।D K N କଲେଜ ପରେ ବ୍ରାମହନଝରିଲୋ,ଅଡ଼ଶପୁର କଲେଜ ମାନ୍ୟତା ପାଇସାରିଛନ୍ତି ।ଭବିଷ୍ୟତ ରେ ଅଡ଼ଶପୁରକଲେଜ ପିଲା ପରୀକ୍ଷା ଦେବା ପାଇଁ ଏରଞ୍ଚ କଲେଜ ଆସୁଥିଲେ।କିନ୍ତୁ ଅଡ଼ଶପୁର କଲେଜ AUTO ନମସ କଲେଜ ହୋଇପାରିଲା କିନ୍ତୁ ଦୁର୍ଭାଗ୍ୟର ବିଷୟ ଏରଞ୍ଚ କଲେଜ ର ଭିତ୍ତିଭୂମି ନଥିବାରୁ ମାନ୍ୟତା ପାଇପାରିଲା ନାହିଁ କିମ୍ବା U G C ଗ୍ରେଡ ପାଇଁ ଆବେଦନ କରିପାରିଲେ ନାହିଁ।ଆଗାମୀ ଦିନରେ ଯଦି ପ୍ରଶାସନ ଭିତ୍ତିଭୂମି ପ୍ରସ୍ତୁତ ନ ହୁଏ ନିଆଳି ଅଭିମନ୍ୟୁ ସାମାଜିକ ସଂଗଠନ ଏରଞ୍ଚ କଲେଜ ସମ୍ମୁଖରେ ଧାରଣାରେ ବସିବେ ବୋଲି ସଂଗଠନର ଆବାହକ ଅଭିମନ୍ୟୁ ମଲ୍ଲିକ କହିଛନ୍ତି। କଣ୍ଟାପଡାରୁ ସନ୍ତୋଷ ପ୍ରଧାନ ଓ ରାଜକିଶୋର ଦାସଙ୍କ ରିପୋର୍ଟ ।