ବସୁଧା ଯୋଜନା ଏଠି ସାତ ସପନ

32

Get real time updates directly on you device, subscribe now.

ବାଲେଶ୍ଵର(ସଂଘର୍ଷ ମିଡିଆ) : – ସରକାର ବସୁଧା ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି, ଉଦ୍ଦେଶ୍ୟ ପ୍ରତି ଘରକୁ ପାନୀୟ ଜଳ ଯୋଗାଇବା, ହେଲେ ଏହି ଯୋଜନାର ବିକଳ ଚିତ୍ର ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାର ଖଇରା ବ୍ଲକ ଗୋବିନ୍ଦପୁର ଗ୍ରାମପଞ୍ଚାୟତର ଜୟପୁର ଗ୍ରାମରେ,ଏହି ଗ୍ରାମରେ ଥିବା ୮ ରୁ ୧୦ ଟି ପରିବାର ବସୁଧା ଯୋଜନାରୁ ବଞ୍ଚିତ ହେଉଛନ୍ତି, ଏପ୍ରିଲ୍ ଓ ମଇ ମାସ ବେଳକୁ ନଳକୂପ ରୁ ପାଣି ଟୋପେ ବହାରୁନି, ପାଣି ଟୋପେ ପାଇଁ ଏହି ଗ୍ରାମର ଲୋକମାନେ ସକାଳ ଓ ସନ୍ଧ୍ୟା ସମୟରେ ବାଲଟି ଓ ଗରା ଧରି ଘରଠାରୁ ପ୍ରାୟ ଅଧ କିଲୋମିଟର ଦୂରରେ ବୁଢାଗଢିଆ ବଜାରରେ ଥିବା ଏକ ନଳକୁପକୁ ପାଣି ଆଣିବାକୁ ଯାଉଛନ୍ତି,ଏତେ ଦୂରରୁ ପାଣି ଆଣି ନିଜର ଆବଶ୍ୟକତା ପୂରଣ କରିପାରୁନାହିଁନ୍ତି,ଏହି ପରିବାର ମଧ୍ୟରୁ ଆଦିତି ରାଉତ ଜଣେ ବୃଦ୍ଧl ଯିଏକି ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡିତ ଅଛନ୍ତିଏତେ ଦୂରରୁ ପାଣି ଆଣି ବ୍ୟବହାର କରିବା ବହୁତ ଯନ୍ତ୍ରଣା ଦାୟକ ବୋଲି କହିଥିଲେ, ବସୁଧା ଯୋଜନାରୁ ବଞ୍ଚିତ ହୋଇଥିବା ଗଜେନ୍ଦ୍ର ପରିଡ଼ା,ଉପେନ୍ଦ୍ର ପୃଷ୍ଟି, ଆଦିତି ରାଉତ, ମନୋରଞ୍ଜନ ସହୁ,ଗଣେଶ ରଣା, ଅନୁ ବେହେରା, ରଘୁନାଥ କର,ଗୋପାଳ ସହୁ, ରମେଶ ସରପଂଚ, ବିଡ଼ିଓ ଓ ଜିଲ୍ଲାପାଳଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଆସୁଛନ୍ତି ହେଲେ ସେମାନଙ୍କର ଏହି ସମସ୍ୟାର ସମାଧାନ ହୋଇପାରୁନାହିଁ । ବାଲେଶ୍ୱର ଖାଇରରୁ ଜୟନ୍ତ କୁମାର ରାଉତଙ୍କ ରିପୋର୍ଟ ସଂଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More