ବରିଷ୍ଠ ଓକିଲ ପି ରାମା ରାଓଙ୍କ ଉପରେ ଏସିଡ ମାଡ଼ ଘଟଣାକୁ ନେଇ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କୁ ଦାବିପତ୍ର ପ୍ରଦାନ
ଗଜପତି(ସଂଘର୍ଷ ମିଡିଆ) : – -ବରିଷ୍ଠ ଆଇନଜୀବୀ ପି ରାମା ରାଓଙ୍କ ଉପରେ ଏସିଡ ମାଡ଼ ଘଟଣାକୁ ନେଇ ପାରଳାଖେମୁଣ୍ଡି ବାର ଏସୋସିଏସନର ସଭାପତି ସ୍ୱରୂପ କୁମାର ପାଳଙ୍କ ନେତୃତ୍ବରେ ଏକ ବାଇକ ରାଲିରେ ଜିଲ୍ଲାର ଓକିଲ ସଂଘ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଏସୋସିଏସନର ଦାବୀ ଗୁଡିକ ହେଉଛି ଓକିଲ ସୁରକ୍ଷା ଵିଲକୁ ଯଥାଶୀଘ୍ର ଆଇନରେ ପରିଣତ କରାଯାଉ,ବରିଷ୍ଠ ଓକିଲ ପି ରାମା ରାଓଙ୍କ ଚିକିତ୍ସା କରିବା ସହିତ କ୍ଷତି ପୂରଣ ଦିଆଯାଉ।ଏସିଡ ମାଡ଼ କରିଥିବା ଦୁର୍ବୁତ୍ତଙ୍କୁ ତୁରନ୍ତ ଆରେଷ୍ଟ କରାଯାଉ। ଏହି ଭଳି ବିଭିନ୍ନ ଦାବୀ ରଖିଛନ୍ତି ବୋଲି ଓକିଲ ସଂଘ ପକ୍ଷରୁ ସୂଚନା ଦେଇଛନ୍ତି।ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତି,ମୁଖ୍ୟମନ୍ତ୍ରୀ, ଡିଜି ପୋଲିସ ଓ ରାଜ୍ୟପାଳଙ୍କ ନିକଟକୁ ଦାବିପତ୍ର ପ୍ରଦାନ କରାଯାଇଛି।ଏହି କାର୍ଯ୍ୟକ୍ରମରେ ବହୁ ଓକିଲ ଯୋଗ ଦେଇଥିଲେ। ଗଜପତିରୁ ବିବେକାନନ୍ଦ ବେହେରା ।